ବେପରୁଆ ଗାଡ଼ି ଚାଳନା ଅଭିଯୋଗରେ ୨ ଗିରଫ

ନବରଙ୍ଗପୁର,: ନବରଙ୍ଗପୁର ପୁଲିସ ଗାଡି ଯାଞ୍ଚ ସମୟରେ ମାଝିଗୁଡାରୁ ନବରଙ୍ଗପୁର ସହର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ଗାଡ଼ିକୁ ଅଟକାଇଥିଲେ। ପରେ ଗା଼ଡ଼ିକୁ ପିଛା କରି କାବୁ କରି ଯାଞ୍ଚ କରିଥିଲେ। ଗାଡି ଯାଞ୍ଚ ସମୟରେ ସେ କୌଣସି କାଗଜପତ୍ର ଦେଖାଇ ନଥିବାରୁ ପୁଲିସ ବିଶାଲ ନାୟକ ଓ ବାପି ନାୟକ ନାମକ ୨ ଜଣଙ୍କୁ ଗିରଫ କରିଛି। ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନସ୍ ମଧ୍ୟ ନଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଦୁହେଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର