ଲଗାଣ ବର୍ଷାରେ ଦବିଲା କଲଭର୍ଟ

ତେନ୍ତୁଳିଖୁଣ୍ଟି: ଲଗାଣ ବର୍ଷା ଯୋଗୁଁ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ହିର୍ମିମୁଣ୍ଡା ଛକ ନିକଟସ୍ଥ ଏକ କଲଭର୍ଟ ଦବି ଯାଇଛି। ଏଥିଯୋଗୁଁ ଯାତାୟାତ ସମୟରେ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ଗତ ୬ମାସ ତଳେ ପୂଜାରୀଗୁଡା- ଅଞ୍ଚଳଗୁମ୍ମା ଆରଡି ରୋଡ୍‌ରୁ ହିର୍ମିିମୁଣ୍ଡା ଗାଁକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା। ଏହି ରାସ୍ତାରେ ଜମି ଗୁଡିକର ପାଣି ନିଷ୍କାସନ ନିମନ୍ତେ ଏକ କଲଭର୍ଟ ମଧ୍ୟ ତିଆରି ହୋଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ ଗତ କିଛି ଦିନ ତଳେ କଲଭର୍ଟଟି ଅଳ୍ପ ଦବି ଯାଇଥିଲା। ତେବେ ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ବର୍ତମାନ ଏହି କଲଭର୍ଟଟି ସଂପୂର୍ଣ୍ଣ ଭାବେ ଦବି ଯାଇଛି। ସେହିପରି ଅଞ୍ଚଳଗୁମ୍ମା-ହିର୍ଲିମୁଣ୍ଡା ରାସ୍ତାରେ ଥିବା ଅନ୍ୟ ଏକ କଲଭର୍ଟ ଦବି ଯାଇଥିବାରୁ ଅଞ୍ଚଳବାସୀ ଯାତାୟାତ ସମୟରେ ବହୁ ହଇରାଣ ହେଉଛନ୍ତି। ଶୀଘ୍ର ଏହି କଲଭର୍ଟର ମରାମତି କରିବା ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର