ବିପଦ ସଂକୁଳ କଲଭର୍ଟ ମରାମତି ଦାବି

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଘାଟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଅନକାବେଡା ପଂଚାୟତର ସନ୍ଧିମୁଣ୍ଡା ଠାରୁ ସୀମାନ୍ତ ଛତିଶଗଡ ଆମଲିପଦର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଗୋଟିଏ କଲଭର୍ଟ ନିମ୍ନମାନର କାମ ଯୋଗୁଁ ଦୀର୍ଘ ଦିନ ହେଲା ବିପଦ ସଂକୁଳ ଅବସ୍ଥାରେ ରହିଛି। କଲଭର୍ଟର ଦୁରାବସ୍ଥା ଯୋଗୁଁ କୌଣସି ଚାରି ଚକିଆ ଯାନ ଯାଇପାରୁନାହିଁ। କଲଭର୍ଟର କଂକ୍ରିଟ ସଂପୂର୍ଣ୍ଣ ଭାଙ୍ଗି ପଡିଥିବା ସହ ଲୁହାରଡ ବାହାରି ପଡିଛି। ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମରାମତି ହେଉନଥିବା ଅଭିଯୋଗ କରିଛନ୍ତି।

ତେବେ ଏହି ରାସ୍ତା ପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଗାଁ ବାସୀ ସୀମାନ୍ତ ଛତିଶଗଡକୁ ବେପାର ବଣିଜ କରିବାକୁ ଯିବା ଆସିବାରେ ଘୋର ଅସୁବିଧା ହେଉଛି। ଏହି କଲଭର୍ଟ କାମ ବ୍ଲକ ପ୍ରଶାସନ ତରଫରୁ ନିର୍ମାଣ କରାଯାଇଥିବା ଜଣାପଡିଛି। ପ୍ରକାଶ ଥାଉକି ଉକ୍ତ ରାସ୍ତାରେ ଯାତାୟାତ ପାଇଁ ସନ୍ଧିମୁଣ୍ଡା ସମେତ ଆଖପାଖ ଗ୍ରାମବାସୀ ନିର୍ଭର କରିଥାନ୍ତି। ମରାମତି ହେଉନଥିବାରୁ ବାଲି ବସ୍ତା ପକାଇ ତା ଉପରେ ମାଟି ପକେଇ ଯିବା ଆସିବା କରୁଛନ୍ତିି। ତେଣୁ ଅନେକ ସମୟରେ ଲୋକେ ସେଠାରେ ପଡି ଖଣ୍ଡିଆ ଖାବରା ହୋଇଥିବା ନଜିର ରହିଛି। ଏଣୁ ବ୍ଲକ ପ୍ରଶାସନ ତୁରନ୍ତ କଲଭର୍ଟକୁ ମରାମତି କରିବା ପାଇଁ ସନ୍ଧିମୁଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର