ନବରଙ୍ଗପୁର: ପରକୀୟା ପ୍ରୀତି ସନ୍ଦେହ, ସ୍ତ୍ରୀ କାଟିଲା ସ୍ୱାମୀର ଯୌନାଙ୍ଗ

ତେନ୍ତୁଳିଖୁଣ୍ଟି /ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଳାର ତେନ୍ତୁଳିଖୁଣ୍ଟି ଅଞ୍ଚଳ ରେ ସ୍ବାମୀ ର ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ର ଯୌନାଙ୍ଗକୁ ଛେଦନ କରିଲା ନିଜ ସ୍ତ୍ରୀ। ସ୍ତ୍ରୀଙ୍କ ସ୍ବାମୀ ପ୍ରତି ସନ୍ଦେହ ଏତେ ଭୟାନକ ହେବ ତାହା ଏହି ଘଟଣାରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏହି ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ପଞ୍ଚାୟତର ଉଦେଇପୁର ଗାଁର । ଉଦେଇପୁର ଗାଁର ସଦାସିବ ହରୀଜନ(୨୩) ଗତ ପ୍ରାୟ ୩ ବର୍ଷ ପୂର୍ବେ ବୋରିଗୁମ୍ମା ବ୍ଲକ ର ବୋଡିଗାଁ ପଞ୍ଚାୟତର ମାଣ୍ଡିଆବନ୍ଧ ଗାଁ ର ଗଙ୍ଗେଇ ହରୀଜନଙ୍କୁ ବିବାହ କରିଥିଲେ। ସଦାଶିବ ମଝିରେ ମଝି ରେ ବାହାର ରାଜ୍ୟକୁଦାଦନ ଖଟିବା ପାଇଁ ଯାଇ ଅର୍ଥ ରୋଜଗାର କରି ଘରକୁ ଅର୍ଥ ପଠାଇଥାଏ। ତେବେ କିଛି ମାସ ହେବ ସେ ନିଜ ଗାଁ ରେ ହିଁ ରହିଥିଲା। ସଦାଶିବଙ୍କ ଗୋଟିଏ ଦେଡ ବର୍ଷର ଗୋଟିଏ ଶିଶୁ କନ୍ୟା ରହିଛି। ସଦାଶିବ ଙ୍କ ଅଭିଯୋଗ ହେଲା ଗତ କିଛି ମାସ ହେବ ସଦାଶିବଙ୍କ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରହିଥିବା ନେଇ ତାଙ୍କ ସ୍ତ୍ରୀ ଗଙ୍ଗେଇ ସନ୍ଦେହ କରି ଆସୁଥିଲେ। ଏଣୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନ ମାଳିନ୍ୟ ରହିଥିଲା। ସଦାଶିବ ଘର ର ଖଟ ତଳେ ରେ ରାତିରେ ଶୋଉଥିବା ବେଳେ ସ୍ତ୍ରୀ ଓ ଝିଅ ଖଟିଆରେ ରାତି ରେ ଶୋଉଥିଲେ।

ସଦାଶିବକୁ ଗତ କାଲି ଗଙ୍ଗେଇ ଖଟ ତଳେ ନଶୋଇ ଘରେ ଖଟିଆ ଉପରେ ଶୋଇବା ପାଇଁ କହିଥିଲେ। ସ୍ତ୍ରୀ ଗଙ୍ଗେଇଙ୍କ କଥା ଶୁଣି ସଦାଶିବ ଘର ଭିତରେ ଖଟରେ ରାତ୍ର ଶୋଇଥିଲେ। ସ୍ତ୍ରୀ ଗଙ୍ଗେଇ ଓ ତାଙ୍କ ଦେଢ଼ ବର୍ଷର ଶିଶୁ କନ୍ୟା ତଳେ ଶୋଇଥିଲେ। ରାତ୍ର ପ୍ରାୟ ୧୧.୦୦ ଟା ରେ ସେ ଖଟରେ ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ଖଟ ଉପରେ ତାଙ୍କ ଗୋଡ ଓ ହାତ ବାନ୍ଧି ଦେଇଥିଲେ। ପରେ ତାଙ୍କ ଯୌନାଙ୍ଗକୁ ଏକ ଧାରୁଆ ଛୁରୀ ରେ କାଟି ଦେଇଥିଲେ। ତାଙ୍କ ଯୌନାଙ୍ଗ ଟି ପ୍ରାୟ ୯୦ ରୁ ଉର୍ଦ୍ଧ ପ୍ରତିଶତ କଟିଯାଇଥିଲା। ସଦାଶିବ ଯନ୍ତ୍ରଣା ରେ ଛଟପଟ ହୋଇ ଚିତ୍କାର କରିଥିଲେ। ସଦାଶିବଙ୍କ ଚିତ୍କାର ଶୁଣି ସାହି ପୋଡିଶା ଲୋକେ ଦୌଡି ଆସି ରକ୍ତ ଜୁଡୁବୁଡୁ ଅବସ୍ଥା ରେ ସଦାଶିବଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ମେଡିକାଲକୁ ଆଣି ଭର୍ତ୍ତୀ କରାଇଥିଲେ। ତେନ୍ତୁଳିଖୁଣ୍ଟି ମେଡିକାଲ ରେ ଡାକ୍ତର ଶାନ୍ତି ଶରୁପ ପଟ୍ଟନାୟକ ପ୍ରାୟ ୧୮ ରୁ ଉର୍ଦ୍ଧ ଶିଲାଇ ପକାଇ ପୁଣି ଯୋଡିଥିଲେ। ଏବେ ସଦାଶିବ ସୁସ୍ଥ ରହିଥିଲେ ମଧ୍ୟ ଅଧିକ ଚିକିତ୍ସା ପାଇଁ ସ୍ନାୟୁ ବିଭାଗ ଡାକ୍ତର ପାଖଙ୍କୁ କୋରାପୁଟ ପଠାଯିବ ବୋଲି କହିଛନ୍ତି। ଖବର ପାଇଁ ତନ୍ତେୁଳିଖୁଣ୍ଟି ଥାନା ପୁଲିସ ମେଡିକାଲ ରେ ପହଞ୍ଚି ସଦାଶିବଙ୍କ ସହ ଆଲୋଚନା କରିଥିଲେ। ଏ ସଂକ୍ରାନ୍ତରେ ତେନ୍ତୁଳିଖୁଣ୍ଟି ଥାନା ରେ ସଦାଶିବ ଙ୍କ ବାପା କୈଳାଶ ହରୀଜନ ଦେଇଥିବା ଏତଲା ଅନୁଯାୟୀ କେସ ନଂ ୬/୨୦୧୯ ଓ ଦଫା ଆଇପିସି ୩୦୭ ଓ ୩୨୬ ରେ ରେ ଏକ ମାମଲା ଦାୟର ହୋଇଛି। ତେନ୍ତୁଳିଖୁଣ୍ଟି ଥାନା ପକ୍ଷରୁ ଆଇଆଇସି ତାରିକ ଅହମ୍ମଦ, ଏସଆଇ ପ୍ରଶାନ୍ତ କୁମାର ସେଠୀ, ଏଏସଆଇ ପ୍ରକାଶ ଚନ୍ଦ୍ର ପାତ୍ର ସଦାଶିବଙ୍କ ସ୍ତ୍ରୀ ଗଙ୍ଗେଇ ଙ୍କୁ ଥାନା ରେ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି। ତେବେ ଥାନା ରେ ତାଙ୍କ ସ୍ବାମୀ ଙ୍କ ପରକ୍ରୀୟା ପ୍ରୀତିକୁ ସନ୍ଦେହ କରି ସେ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ ଘଟେଇଥିବା ର ତାଙ୍କ ସ୍ତ୍ରୀ କହିଥିବାର ପୁଲିସ ପକ୍ଷରୁ ସୂଚନା ମିଳିଛି। ଏବେ ଥାନା ରେ ସଦାଶିବଙ୍କ ସ୍ତ୍ରୀ ଗଙ୍ଗେଇ ଓ ତାଙ୍କ ଦେଢ଼ ବର୍ଷର ଝିଅ ଅଟକ ଅଛନ୍ତି। ଗଙ୍ଗେଇଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର