ଅଗ୍ନିକାଣ୍ଡରେ ଆସବାବପତ୍ର ନଷ୍ଟ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଡିଏନକେ ହଟାତ୍‌ କଲୋନିର ଏକ ଭଡାଘରେ ଅଗ୍ନିକାଣ୍ଡ ଘଟି ଆସବାବପତ୍ର ନଷ୍ଟ ହୋଇଛି। ପରିବାର ଲୋକ ନଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ସାହି ପଡିଶା ଘର କବାଟ ଭାଙ୍ଗି କିଛି ସାମଗ୍ରୀ ଉଦ୍ଧାର କରିଥିଲେ। ଆଉ କିଛି ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି।
ସୂଚନା ଅନୁଯାୟୀ, ଉମରକୋଟ ଡିଏନକେ ହଟାତ୍‌ କଲୋନିର ଜଣଙ୍କ ଘରେ ଫୁଲମାଳା ସମଝଦାର ନିଜର ୧୦ବର୍ଷର ପୁଅକୁ ନେଇ ଭଡାରେ ରହି ଆସୁଛନ୍ତି। ଫୁଲମାଳା ଏକ ବେସରକାରୀ ସଂସ୍ଥାରେ କାମ କରୁଥିବାରୁ ଆଜି ସକାଳେ ନିଜ କର୍ମକ୍ଷେତ୍ରକୁ ଚାଲି ଯାଇଥିଲେ। ଅପରାହ୍ନ ପ୍ରାୟ ୩ଟାରେ ଘରେ କେହି ନଥିବା ସମୟରେ ଫୁଲମାଳାଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗି ଯାଇଥିଲା। ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ସାହି ପଡିଶା କବାଟ ଭାଙ୍ଗି ଭିତରେ ଥିବା ଆସବାବପତ୍ର ବାହାରକୁ ଆଣିବା ସହ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ସମୟ ମଧ୍ୟରେ ଘର ଭିତରେ ଥିବା କିଛି ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ଆସବାବପତ୍ର ପୋଡିଯିବା ପରେ ଫୁଲମାଳା ଚିନ୍ତାରେ ପଡିଛନ୍ତି। ଏସଂପର୍କରେ ଉମରକୋଟ ଆର୍‌ଆଇଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ସହ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର