ନବରଙ୍ଗପୁର: ବଡମସିଗାଁ ଅଗ୍ନିକାଣ୍ଡରେ ପୋଡିଗଲା ୫୦ ଏକର ଜମିର ୩୫ ଟି ଧାନଗଦା  

ନବରଙ୍ଗପୁର: ନବରଙ୍ଗପୁର ବ୍ଲକର ବଡମସିଗାଁ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩୩ ଜଣ ଚାଷୀଙ୍କ ୩୫ ଗୋଟି ଧାନଗଦା ଜଳିଯାଇଛି। ବଡମସିଗାଁ ହାଇସ୍କୁଲ ନିକଟରେ ଧାନ ଅମଳ ପାଇଁ ଗଦେଇ ହୋଇଥିବା ଧାନ ଗଦା ଗୁଡିକ ରେ ନିଆଁ ଲାଗିଯାଇଥିଲା। ଗୋଟିଏ ପରେ ଗୋଟିଏ ଧାନ ଗଦା ହୁତ ହୁତ ହୋଇ ଜଳିବାରେ ଲାଗିଥିଲା।

ଏହି ଅଗ୍ନି କାଣ୍ଡ ରେ ଟଭା ସୌରା ଙ୍କ ଗୋଟିଏ, ମନୁ ସୌରାଙ୍କ ଗୋଟିଏ, ନନ୍ଦ ଭତରାଙ୍କ ୩ ଗୋଟି, ପାବର୍ତୀ ଭତରାଙ୍କ ୧ଟି, ସୁନାମଣି ସମରଥଙ୍କ ୧ଟି, ଭଗବାନ ସମରଥ ଙ୍କ ଗୋଟିଏ, ସନ୍ୟାସି ମାଝୀଙ୍କ ଗୋଟିଏ, ଭୁଜ ଭତରାଙ୍କ ୨ ଗୋଟି, ସୁନାଧର ରଂଧାରୀଙ୍କ ୧ଟି, ନର ଭତରାଙ୍କ ୧ଟି, ଜୟଦେବ ଭତରାଙ୍କ ୧ଟି, ପର୍ଶୁ ଗୌଡଙ୍କ ଗୋଟିଏ, ଗୗତମ ରଂଧାରୀଙ୍କ ୧ଟି, ତୁଳାରାମ ଭତରାଙ୍କ ୧ଟି, ସିତା ଭତରାଙ୍କ ୧ଟି, କମଳଲୋଚନ ଭତରାଙ୍କ ୧ଟି, ସଦର ଭତରାଙ୍କ ୧ଟି, ପିତବାସ ଭତରାଙ୍କ ୧ଟି, କାର୍ତ୍ତିକ ଭତରାଙ୍କ ୧ଟି, ମହାଦେବ ଭତରା, କମୋଳ ଲୋଚନ ସଉରା, ଜଗନ୍ନାଥ ସୌରା, ଧନ ଗୌଡ, ନିଲମ ଗୌଡ, ଜଗବନ୍ଧୁ ଭତରା, ଝିନ ଭତରା, ମଦନ ଗୌଡ, ସାହେବ ଗୌଡ, ଅଲେଖ ଚନ୍ଦ୍ର ରନ୍ଧାରୀ, କୁଷ ଭତରା, ସନୁ ସୌରା ଆଦି ଚାଷୀଙ୍କ ପ୍ରାୟ ୩୫  ଗୋଟି ଧାନ ଗଦା ଅଗ୍ନିକାଣ୍ଡ ରେ ନଷ୍ଟ ହୋଇଯାଇଛି।

ଏ ସମସ୍ତ ଚାଷୀଙ୍କ ର ପ୍ରାୟ ୫୦ ଏକର ଜମି ର ଧାନ ଚାଷ ହେବ ବୋଲି ଜଣାପଡିଛି। ନବରଙ୍ଗପୁର ରୁ ଦମକଳ ଗାଡି ଆସ ନିଆଁକୁ ଆୟତ୍ତ କରିଥିଲା। ସମସ୍ତ ଚାଷୀ ପ୍ରାୟ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ହୋଇଥିବାରୁ ତାଙ୍କ ର ବର୍ଷ କର ଖାଦ୍ୟ ସଶ୍ୟ ନଷ୍ଟ ହୋଇଯାଇଛି। ଧାନ ଗଦା ରେ ପୂଜା କରିବା ପରେ ସମସ୍ତ ପରିବାର ମିଶି ମଳିବା ପାଇଁ ଧାନ କଳେଇ ଗୁଡିକ ଗଦେଇ କରି ରଖିଥିଲେ। ତେବେ ଅଗ୍ନିକାଣ୍ଡ ର କାରଣ ଜଣାପଡିନାହିଁ। ଜିଲ୍ଲା ପରିଷଦ ସଭ୍ୟ ବେଦବ୍ୟାସ ଭତ୍ରା ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ନଷ୍ଟ ସଂକ୍ରାନ୍ତରେ ପଚାରି ବୁଝିଥିଲେ। ବଡମସିଗାଁ ରାଜସ୍ବ ନିରିକ୍ଷୀକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ର ଆକଳନ କରି ଫେରିଛନ୍ତି। ସମସ୍ତ ଚାଷୀ ଏହି ଅଗ୍ନିକାଣ୍ଡ ରେ ସମସ୍ତ ଫସଲ ଛାର ଖାର ହୋଇଯାଇଥିବାରୁ ସମସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର