ପୂର୍ବତନ ବିଧାୟକଙ୍କ ଠାରୁ ଲୁଟ୍ ଓ ଟ୍ରକ ଡ୍ରାଇଭରକୁ ମାଡ ମାରି ଲୁଟ ମାମଲାରେ ୪ ଗିରଫ 

ନବରଙ୍ଗପୁର:  ନବରଙ୍ଗପୁର ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଚଳନ୍ତା ଗାଡିରୁ ଟଙ୍କାମୁଣି ଲୁଟ୍ ଓ ସହର ଉପକଣ୍ଠରେ ଥିବା ଏସାର ପେଟ୍ରୋଲ ପମ୍ପ ଠାରେ ଡ୍ରାଇଭର କୁ ମାଡ ମାରି ଟଙ୍କା ଲୁଟ ମାମଲାରେ ୪ ଜଣ ଯୁବକ ଗିରଫ ହୋଇଛନ୍ତି। ଗତ ୧୫ ଦିନ ମଧ୍ୟରେ ନବରଙ୍ଗପୁର ପୁଲିସକୁ ୨ ଗୋଟି ସଫଳତା ମିଳିଛି। ସୁନିଲ ସାହୁ ଅପହରଣ ମାମଲା ରେ ୩  ଗିରଫ ହୋଇଥିବା ବେଳେ ପୂର୍ବତନ ବିଧାୟକଙ୍କ ଠାରୁ ଟଙ୍କା ଲୁଟ ଓ ଟ୍ରକ ଡ୍ରାଇଭରକୁ ମାଡ ମାରି ଟଙ୍କା ଲୁଟ ଓ ମାଡ ମାରିବା ଘଟଣା ରେ ୪ ଜଣଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଆହୁରୀ ଅନେକ ଫେରାର ଅଛନ୍ତି।

ଗିରଫ ଯୁବକ ମାନେ ହେଲେ ନବରଙ୍ଗପୁର ସହର ର ସେନାପତି ସାହିର ଭୁବନ ଗରଡା, ଗାଦବାଗୁଡା ସାହିର ଲିଙ୍ଗରାଜ ମଲ୍ଲିକ, ଦଶରାପଦା ସାହିର ହେମନ୍ତ ଦୀପ ଓ ଗାଦବାଗୁଡାର ବରକର ଅଲି ବାଗ ଗିରଫ ହୋଇଛନ୍ତି। ପୂର୍ବତନ ବିଧାୟକଙ୍କ ଠାରୁ ଟଙ୍କା ଲୁଟ୍ ଘଟଣାରେ ୫ ଜଣ ଯୁବକ ୨ ଟି ବାଇକରେ ଯାଇ ଏହି ଲୁଟ୍ କରିଥିବା ବେଳେ ସେଥି ମଧ୍ୟରୁ ୨ ଜଣ ଯୁବକ ଭୁବନ ଗରଡା ଓ ଲିଙ୍ଗରାଜ ମଲ୍ଲିକ ଗିରଫ ହୋଇଛନ୍ତି। ଏହି ୨ ଜଣଙ୍କ ଠାରୁ ୪୪ ହଜାର ୭ ଶହ ଟଙ୍କା ଜବତ କରାଯାଇଛି।

ସେହିପରି ଭାବେ ଟ୍ରକ ଡ୍ରାଇଭରକୁ ମାଡ ମାରି ଟଙ୍କା ଓ ମୋବାଇଲ ଲୁଟ ମାମଲା ରେ ହେମନ୍ତ ଦୀପ ଓ ବରକର ଅଲ୍ଲି ବାଗ ଗିରଫ ହୋଇଛନ୍ତି। ଏମାନଙ୍କ ଠାରୁ ୩ ହଜାର ୫ଶହ ଟଙ୍କା ଜବତ ହୋଇଛି। ସେହପରି ଭାବେ ନବରଙ୍ଗପୁର ସହର ଉପକଣ୍ଠ ନବରଙ୍ଗପୁର-ପାପଡାହାଣ୍ଡି ମଧ୍ୟରେ ଗତ ମାର୍ଚ୍ଚରେ ମଇଦଲପୁରର ମେଘନାଦ ବିଷୋୟୀଙ୍କୁ ମାଡ ମାରି ନମ୍ବର ବିହିନ ହୋଣ୍ଡା ସାଇନ ମୋଟର ସାଇକେଲ ଓ ୧୫ ହଜାର ଟଙ୍କା ଲୁଟ୍ ମାମଲା ରେ ମେଘନାଦଙ୍କ ବାଇକ ଟି ଏମାନଙ୍କ ଠାରୁ ଜବତ ହୋଇଛି।

ପ୍ରକାଶ ଥାଉକି ଗତ ଡିସେମ୍ବର ୨୨ ତାରିଖ ରେ ପୂର୍ବତନ ବିଧାୟକ ସଦନ ନାୟକ ପ‌େଟ୍ରୋଲ ପମ୍ପ ରୁ ୨ ଲକ୍ଷ ୫୫ ହଜାର ଟଙ୍କା ଧରି ଫେରୁଥିବା ବେଳେ ହିର୍ଲି ଠାରେ ୨ ଜଣ କଳା ମୁଖା ଧାରୀ ଦୁର୍ବୃତ୍ତ ଚଳନ୍ତା ଗାଡି ରୁ ଟଙ୍କା ମୁଣି ଧରି ଚମ୍ପଟ ମାରିଥିଲେ। ଏ ଘଟଣା ରେ ନବରଙ୍ଗପୁର ଥାନା ରେ କେସ ନଂ ୨୪୧/୧୮ ରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର