୧୮ କିଲୋ ଗଞ୍ଜେଇ ଓ ୧୫ ଲିଟର ମଦ ଜବତ, ୨ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଳା କୋଷାଗୁମୁଡା ବ୍ଲକର ବରାଗାଁ ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ୧୮ କିଲୋ ଗଞ୍ଜେଇ ଓ ୧୫ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। କୌଣସି ସୁତ୍ରରୁ ଖବର ପାଇଁ ଅବକାରୀ ନିରିକ୍ଷକ ବିପ୍ର ମଣ୍ଡଳଙ୍କ ନିର୍ଦ୍ଧେଶ କ୍ରମେ କୋଡିଗାଁ ଅବକାରୀ ଅଧିକାରୀ ରଞ୍ଜୁକ୍ତା ବାରିକ, ଏଏସଆଇ ରାଜେନ୍ଦ୍ର ପଟ୍ଟନାୟକ, ଆକ୍ରମ ଖାଁ ପ୍ରମୁଖ ବରାଗାଁ ଗ୍ରାମରେ ଚଢ଼ାଉ କରିଥିଲେ।

ଅବକାରୀ ବିଭାଗକୁ ଦେଖି ଗଞ୍ଜେଇ ପ୍ୟାକେଟ ନେଇ ଘରୁ ଖସିବା ପାଇଁ ଉଧ୍ୟମ କରିବା ବେଳେ ଅବକାରୀ ବିଭାଗ ଦିଲିପ ବିଷୋୟୀକୁ କାବୁ କରିବା ସହ ତାଙ୍କ ଠାରୁ ୧୮ କିଲୋ ଗଞ୍ଜେଇ ଥିବା ଏକ ପ୍ୟାକେଟ କୁ ଜବତ କରିଥିଲେ। ସେହିପରି ୧୫ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଡମ୍ବୁରୁଧର ବିଷୋୟୀକୁ ଗିରଫ କରାଯାଇଛି। ଜବତ ଗଞ୍ଜେଇ ମାଲକାନାଗିରି ଅଞ୍ଚଳରୁ ନିୟମିତ ବୋରାଗାଁ ଅଞ୍ଚଳକୁ ଆସୁଥିବାର ଜଣାପଡିଛି। ଆଜି ଉଭୟ ବ୍ୟକ୍ତିକୁ ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର