ମିକ୍ସଚର ମେସିନ ଚାପାରେ ହେଲପର ମୃତ

ନନ୍ଦପୁର: ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ ସାତସେମିଳି ଗ୍ରାମରେ ଡ୍ରେନ ନିର୍ମାଣରେ ନିୟୋଜିତ ମିକ୍ସଚର ମେସିନ ଚାପାରେ ଜଣେ ହେଲପରର ମୃତ୍ୟୁ ଘଟିଛି। ମେସିନର ପଛ ଚକ ହେଲପରର ମୁଣ୍ଡ ଉପରେ ମାଡିଯିବାରୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ହେଲପରେ ଝାରଖଣ୍ଡ ରାଜ୍ୟ ସିମଡେଗା ଥାନା ଅନ୍ତର୍ଗତ ଜାମଦାଣ୍ଡ ଗ୍ରାମର ରାସାଲ ଟପ୍ପୋ ବୋଲି ଜଣଆପଡିଛି। ଘଟଣାରୁ ପ୍ରକାଶ ଯେ ସାତସେମିଳି ଗ୍ରାମରେ ଡ୍ରେନ ନିର୍ମାଣ ପାଇଁ ମିକ୍ସଚର ମେସିନ (ଓଡି ୧୦ଇ ୮୦୭୨) ନିୟୋଜିତ କରାଯାଇଥିଲା। ଉକ୍ତ ମେସିନ ପଛରେ ହେଲପର ରାସାଲ ବସିଥିଲେ। ତେବେ ଡ୍ରାଇଭର ହଠାତ୍‌ ଗାଡି ବୁଲାଇଦେବାରୁ ରାସାଲ ପଛ ଚକ ତଳେ ପଡିଯାଇଥିଲେ। ଫଳରେ ଗାଡି ମୁଣ୍ଡ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ନନ୍ଦପୁର ପୁଲିସ ଖବରପାଇ ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ମିକ୍ସଚର ମେସିନକୁ ଜବତ କରିଛି। ମୃତଦେହର ବ୍ୟବଚ୍ଛେଦ ପରେ ଭିଣୋଇ ସାଗର ବାଗିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏସମ୍ପର୍କରେ ନନ୍ଦପୁର ଥାନାରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଏସ୍‌ଆଇ କରୁଣାକର ଗୌଡ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର