ଟ୍ରାକ୍ଟରରୁ ପଡି ଶ୍ରମିକ ମୃତ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନକୁମୁଲି ଠାରେ ଚଳନ୍ତା ଟ୍ରାକ୍ଟରରୁ ଖସି ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ଶ୍ରମିକ ସାନ କୁମୁଲି ଗ୍ରାମର ହରିଶ୍ଚନ୍ଦ୍ର ଜାନୀ(୨୨) ବୋଲି ଜଣାପଡିଛି। ସେ ଏକ ଟ୍ରାକ୍ଟରରେ ବସି ଯାଉଥିଲେ। ତେବେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ହଠାତ୍‌ ଟ୍ରାକ୍ଟରରୁ ଖସି ପଡିବାରୁ ଟ୍ରାକ୍ଟର ପଛ ଚକା ଚଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ପାପଡାହାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ନବରଙ୍ଗପୁର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ। ମେଡିକାଲରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ପାପଡାହାଣ୍ଡି ଥାନାରେ କେସ ନଂ-୬୬/୧୮ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରଶ୍ମୀ ରଂଜନ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର