ବିଇଓଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା ଅଧିକାରୀ ଟି.ମିନତିଙ୍କୁ ଜଣେ ଶିକ୍ଷକ ଦୁର୍ବ୍ୟବହାର କରିଥିବା ନେି ଅଭିଯୋଗ ହୋଇଛି। ସରକାରଙ୍କ ନିୟମ ଅନୁଯାୟୀ ମାସରେ ବିଇଓ ୧୦ଟି ବିଦ୍ୟାଳୟକୁ ଯାଇ ସମୀକ୍ଷା କରିବା ପାଇଁ ନିୟମ ରହିଛି। ତେଣୁ ବିଇଓ ଟି.ମିନତି ତେନ୍ତୁଳିଖୁଣ୍ଟି ବ୍ଲକର ୯ଟି ବିଦ୍ୟାଳୟରେ ସମିକ୍ଷା କରିବା ପରେ ଶେଷରେ ଗତକାଲି ମଧ୍ୟାହ୍ନ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପସ୍ଥିତ ରହିଥିଲେ। ତେଣୁ ଶିକ୍ଷକ ଗୁରୁଚରଣ ମଲ୍ଲିକଙ୍କୁ ବିଦ୍ୟାଳୟ‌େର କେତେ ଛାତ୍ରଛାତ୍ରୀ ଅଛନ୍ତି ଓ ବିଦ୍ୟାଳୟର ସୁବିଧା ଅସୁବିଧା ସଂକ୍ରାନ୍ତରେ ପଚାରିଥିଲେକେିନ୍ତୁ ଉକ୍ତ ଶିକ୍ଷକ ଜଣକ ପ୍ରଧାନ ଶିକ୍ଷକ ନଥିବାରୁ ସେ ତାଙ୍କୁ କିଛି ଉତ୍ତର ଦେଇପାରିବି ନାହିଁ। ପ୍ରଧାନ ଶିକ୍ଷକ ଆସିବା ପର୍ଯ୍ୟନ୍ତ ଜଗି ରହିବା ପାଇଁ କହିଥିଲେ। ସେ ତାଙ୍କ ଅଧିକାରୀ ନୁହନ୍ତି ଏବଂ ତାଙ୍କୁ ଦରମା ପ୍ରଦାନ କରୁନାହାନ୍ତି ବୋଲି କହିବା ସହ ଏଭଳି ଭାବେ ତାଙ୍କୁ କୌଣସି ତଥ୍ୟା ଦେବା ପାଇଁ ରୋକଠୋକ ମନା କରିଦେଇଥିବା ବିଇଓ ଅଭିଯୋଗ କରିଛନ୍ତି। ଏହାପରେ ବିଇଓ ଘଟଣା ସଂକ୍ରାନ୍ତରେ ଡିଇଓ, ଡିପିସି ଓ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ପଠାଇଥିବାର କହିଛନ୍ତି। ପ୍ରକାଶଥାଉକି ଏହି ବିଦ୍ୟାଳୟ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ଦ୍ବାରା ପରିଚାଳିତ ହୋଇଛି।

ଶିକ୍ଷକଙ୍କୁ ଇନ୍ଦ୍ରାବତୀ ପ୍ରକଳ୍ପ ପକ୍ଷରୁ ଦରମା ପ୍ରଦାନ କରୁଥିବା ବେଳେ ମଧ୍ୟାହ୍ନ ଭୋଜନ, ପାଠ୍ୟ ପୁସ୍ତକ, ପରୀକ୍ଷା ପରିଚାଳନା ଓ ଅନ୍ୟାନ୍ୟ ସରକାରୀ ସୁବିଧା ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଉଛି। ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୨୧୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏନେଇ ଶିକ୍ଷକ ଶ୍ରୀ ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ ସେ ବିଇଓଙ୍କୁ ଦୁର୍ବବ୍ୟହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏ ଖବର ପ୍ରକାଶ ହେବା ପରେ ଶିକ୍ଷକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଜଣେ ବିଇଓଙ୍କୁ ଯଦି ଏମିତି ଉତ୍ତର ମିଳୁଛି, ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ କ’ଣ ଉତ୍ତର ମିଳୁଥିବ ଏଥିରୁ ଅନୁମାନ କରାଯାଇ ପାରେ ବୋଲି ମତ ପ୍ରକାଶ ପାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର