ନବରଙ୍ଗପୁର: ଟ୍ରକ ଡ୍ରାଇଭର-ହେଲପରକୁ ମାଡ଼ ମାରି ଲୁଟିନେଲେ ୩୨ ହଜାର ଟଙ୍କା, ୪ ଟି ମୋବାଇଲ

ନବରଙ୍ଗପୁର: ଚୋରି, ଡକାୟତି, ରାହାଜାନୀ ବଢ଼ିବାରେ ଲାଗିଛି । ନବରଙ୍ଗପୁରରେ ଲୁଟେରାମାନଙ୍କର ସାହସ ଚରମ ସୀମାରେ ପହଂଚିଛି। ଗୁରୁବାର ରାତି ୧୨ ଟାରେ ଗୋଟିଏ ଟ୍ରକ ଓ ୧୨.୩୦ରେ ଆଉ ଗୋଟିଏ ଟ୍ରକ ଏହିଭଳି ଦୁଇଟି ଟ୍ରକକୁ ନବରଙ୍ଗପୁର ଚାମୁରିଆ ଗୁଡାସ୍ଥିତ ଏସ.ଆର ପେଟ୍ରୋଲ ପମ୍ପ ନିକଟରେ ଗାଡିଟିକୁ ଛିଡା କରି ଗାଡ଼ି ଭିତରେ ଗାଡିର ଡ୍ରାଇଭର ଓ ହେଲ୍‌ପର ରୋଷେଇ କରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ଟ୍ରକ ଡ୍ରାଇଭର ଓ ହେଲ୍‌ପରକୁ ନିସ୍ତୁକ ମାଡ ମାରିଥିଲେ। ଏହାପରେ ତାଙ୍କ ନିକଟରୁ ୨ଟି ମୋବାଇଲ ସହ ୨୦ ହଜାର ଟଙ୍କା ଲୁଟିନେଇ ଟ୍ରକ ଉପରକୁ ପଥର ଫିଙ୍ଗି ତୁରନ୍ତ ଟ୍ରକ ନେଇ ଚାଲିଯିବାକୁ କହିଥିଲେ। ଏହାପରେ ଦ୍ୱିତୀୟ ଟ୍ରକକୁ ମଧ୍ୟ ଅନୁରୂପ ଡ୍ରାଇଭର ଓ ହେଲ୍‌ପରକୁ ନିସ୍ତୁକ ମାଡ ମାରି ୧୨ ହଜାର ଟଙ୍କା ସହ ୨ଟି ମୋବାଇଲ ଲୁଟି ନେଇଛନ୍ତି।

ଲୁଟେରାମାନେ ଏହିଭଳି ଭାବରେ ଦୁଇଟି ଟ୍ରକରୁ ୪ଟି ମୋବାଇଲ ୩୨ ହଜାର ଟଙ୍କା ଲୁଟି ନେଇଛନ୍ତି। ଗୋଟିଏ ଟ୍ରକ ଭୟରେ କୁଆଡେ ଚାଲିଯାଇଥିବା ବେଳେ ଅନ୍ୟ ଟ୍ରକ ଡ୍ରାଇଭର ଓ ହେଲ୍‌ପର ଏ ସଂକ୍ରାନ୍ତରେ ଥାନାରେ ଏତଲା ଦେଇଛନ୍ତି। ଏହି ସବୁ ଲୁଟ ଘଟଣା ପେଟ୍ରୋଲ ପମ୍ପରେ ଲାଗିଥିବା ସି. ସି ଟିଭି କେମେରାରେ କଏଦ ହୋଇଛି। ଦୀର୍ଘ ଦିନ ଧରି ନବରଙ୍ଗପୁରରେ ଆରକ୍ଷୀ ଅଧିକ୍ଷକ ପଦବୀ ଖାଲି ପଡ଼ିଛି, ଯାହା ଦ୍ୱାରା ଲୁଟେରାମାନଙ୍କ ମନବଳକୁ ଦୁଇ ଗୁଣିତ କରୁଛି।

ସମ୍ବନ୍ଧିତ ଖବର