ଏଏନ୍ଏମ୍ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ କରି ପରୀକ୍ଷାର୍ଥୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନବରଙ୍ଗପୁର: ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ରବିବାର ଅସଦାରଚଣ ଅଭିଯୋଗ ଆସିଛି। ସୂଚନା ଅନୁସାରେ ନବରଙ୍ଗପୁର  ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଏଏନ୍ଏମ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ସହକାରୀ ଜିଲ୍ଲାପାଳଙ୍କ ଆଶାଳିନ ବ୍ୟବହାର କରିଥିବା ଅଭିଯୋଗରେ ପରୀକ୍ଷାର୍ଥୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଛାତ୍ରୀମାନେ କରିଥିବା ଅଭିଯୋଗ ଅନୁଯାୟୀ ଧୋଡ୍ରା ସ୍ଥିତ ନସିଂ ସ୍କୁଲର ଛାତ୍ରୀ ମାନେ ନବରଙ୍ଗପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଏଏନ୍ଏମ୍ ପରୀକ୍ଷା ଦେବା ପାଇଁ ଆସିଥିଲେ। ଗତ କାଲି ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ପାଇଁ ୧୦ ଟାରୁ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଥିବା ବେଳେ ବିଳମ୍ବ ରେ ପ୍ରଶ୍ନ ପତ୍ର ଦେଲେ ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଉତ୍ତର ଖାତା ନେଇଗଲେ। ସେହିପରି ଭାବେ ୨ୟ ବର୍ଷର ପରୀକ୍ଷାର୍ଥୀ ମାନଙ୍କ ଅପରାହ୍ନ ୨ଟାରୁ  ୫ଟା ପର୍ଯ୍ୟନ୍ତ ପରୀକ୍ଷା ରହିଥିବା ବେଳେ ଏହି ପରୀକ୍ଷା ‌ରେ ବି ବିଳମ୍ବରେ ପ୍ରଶ୍ନ ପତ୍ର ଦେଇଥିବା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଉତ୍ତର ଖାତା ନେଇଥିବା ନେଇ ଅଭିଯୋଗ କରିଛନ୍ତି। ଏହା ବ୍ୟତିତ ପରୀକ୍ଷା ଦାୟିତ୍ବ ରେ ଥିବା ସୁପରଟେଣ୍ଡେଣ୍ଟ ତଥା ସହକାରୀ ଜିଲ୍ଲାପାଳ ମଧୁସୂଦନ ମାଝୀ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ସଂଧ୍ୟା ପ୍ରାୟ ୫ଟା ବେଳେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଭିତରେ ୫୦ ଜଣ ଛାତ୍ରୀ ଧାରଣାରେ ବସିରହିଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ପରିକ୍ଷୀତ ସେଠୀ ଉକ୍ତ ଛାତ୍ରୀ ମାନଙ୍କୁ ବହୁତ ପ୍ରକାର ବୁଝାସୁଝା କରିଥିଲେ ମଧ୍ୟ ସହକାରୀ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ  ପରୀକ୍ଷା  ଖରାପ ହୋଇଥିବାରୁ ପୁନଃ ପରୀକ୍ଷା କରାଇବା ଦାବିରେ ଜିଦ୍ ରଖି ଧାରଣାରେ ବସି ରହିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଛାତ୍ରୀ ମାନଙ୍କୁ କହିଥିଲେ ଆସନ୍ତା କାଲି ଠାରୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ସଂଯୋଗ ହେବ, ପରୀକ୍ଷାରେ ସୁପରଟେଣ୍ଡଣ୍ଟ ପଦରୁ ହଟାଯାଇ ଅନ୍ୟ ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯିବ ଏବଂ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ପ୍ରତିଶୁତି ଦେଇଥିଲେ। ତଥାପି ଖବର ଲେଖାପର୍ଯ୍ୟନ୍ତ ଛାତ୍ରୀ ମାନେ ଧାରଣା ରେ ବସି ରହିଥିବାର ଖବର ମିଳିଛି। ମା ଘର ପକ୍ଷରୁ ଏହି ଛାତ୍ରୀ ମାନଙ୍କ ପାଖରେ ପହଞ୍ଚି ଏ ସଂକ୍ରାନ୍ତରେ ଥାନାରେ ଏତଲା ଦିଆଯିବ ବୋଲି କହିଥିଲେ । ଏ ସଂକ୍ରାନ୍ତରେ ସହକାରୀ ଜିଲ୍ଲାପାଳ ମଧୁସୂଦନ ମାଝୀଙ୍କ ସହ ଯୋଗାଯୋଗ କରିବାରୁ ଛାତ୍ରୀ ମାନେ କରିଥିବା ଅଭିଯୋଗ ସମ୍ପୁର୍ଣ୍ଣ ଭାବେ ମିଥ୍ୟା ଓ କପୋଳ କଳ୍ପିତ। ପରୀକ୍ଷାର୍ଥୀ ମାନେ କପି କରିବା ପାଇଁ ଚାହୁଁଥିଲେ। କପି ପାଇଁ ସୁଯୋଗ ନଦେବାରୁ ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି। ତଦନ୍ତ କରିଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଏନଏମ ଛାତ୍ରୀ ଅଞ୍ଜଳୀ ହାଲବା, ହରପ୍ରୀୟା ପାଣ୍ଡେ, ସୟମ୍ବରୀ ମାଝୀ, ଧନମତି ମାଝୀ, ସୁର୍ଯ୍ୟ ଖରା, ରଂଜିତା ଗୋଣ୍ଡ, କୁମାରୀ ସୋରୀ, ଲଳିତା ଭତ୍ରା, ଜୋଶଧା ମାଝୀ, ମିନତୀ ଜାନୀ, ତନୁପ୍ରୀୟା ମଲ୍ଲିକ, କରୁଣା ପୂଜାରୀ ପ୍ରମୁଖ ଙ୍କ ସେମତ ପ୍ରାୟ ୫୦ ଜଣ ଛାତ୍ରୀଙ୍କ ଦସ୍ତଖତ ସମ୍ଭଳିତ ଏକ ଅଭିଯୋଗ ପତ୍ର ଅତିରିକ୍ତ ଜିଲ୍ଲାପାଳ ପରିକ୍ଷୀତ ସେଠୀଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର