ନବରଙ୍ଗପୁର: ଟ୍ରାକ୍ଟର୍‌-ବାଇକ୍‌ ଧକ୍କା, ୨ ମୃତ

ଡାବୁଗାଁ: ରବିବାର ସକାଳ ୧୦ଟା ବେଳେ ଗୋଟିଏ ଟ୍ରାକ୍ଟର୍‌ ଓ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିମାନେ ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା ଗ୍ରାମର ୧୭ ବଷିୟ ସଦା ପନକା ଏବଂ ୧୮ ବର୍ଷିୟ ଭଦର ପନକା। ଦୁଇ ଜଣ ବାଇକ୍‌ରେ ଧଡ୍ରା ଡିଜେଲ୍‌ ପମ୍ପ୍‌ରୁ ତେଲ ଧରି ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଗୋଟାଏ ଚିପ୍‌ସ୍‌ ବୋଝେଇ ଟ୍ରାକ୍ଟର୍‌ ସହ ସାମ୍ନାସାମ୍ନି ଧକ୍କା ଖାଇଥିଲେ।

ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର୍‌ ଡ୍ରାଇଭର୍‌ ସେଠାରୁ ଖସି ପଳାଇ ଯାଇଛି। ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର