ଅଜଣା ଗାଡି ଧକ୍କାରେ ଜଣେ ମୃତ

ମଇଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଲପୁର ଘାଟି ନିକଟସ୍ଥ ଜାତୀୟ ରାଜପଥ ୨୬ରେ ଗତକାଲି ରାତ୍ରରେ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ତୁଳସିପଦର ଗ୍ରାମର ଭୀମ ସାନ୍ତା(୪୨) ବୋଲି ଜଣାପଡିଛି।

ସୂଚନା ଅନୁସାରେ ଭୀମ ମଇଦଲପୁରରେ କାମ ସାରି ଗତକାଲି ରାତିରେ ନିଜ ଗାଁ ତୁଳସିପଦରକୁ ଚାଲି ଚାଲି ଫେରୁଥିଲେ। ତେବେ ରାସ୍ତାରେ ତାଙ୍କୁ ଅଜଣା ଗାଡି ଧକ୍କା ଦେବା ସହ ତାଙ୍କ ଉପରେ ମାଡିଯାଇଥିବା ସନ୍ଦେହ କରାଯାଉଛି। ସକାଳୁ ସ୍ଥାନୀୟ ଲୋକେ ମୃତ ଦେହ ରାସ୍ତା ଉପରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ମଇଦଲପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଶବ ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେ ନିରୀହ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ କୁଲି କାମ କରି ପରିବାର ଚଳାଉଥିଲେ। ତାଙ୍କର ୩ଟି ପୁଅ ଓ ଝିଅ ଅଛନ୍ତି। ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର