ନବରଙ୍ଗପୁର: ଅଜଣା ଗାଡି ମା‌ଡିଗଲା, ଜଣେ ମୃତ 

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ମଇଦଲପୁର ଘାଟି ନିକଟସ୍ଥ ଜାତୀୟ ରାଜପଥ ୨୬ରେ ଏକ ଅଜଣା ଗାଡି ମାଡି ଯାଇ ଜଣଙ୍କର ମୃତ୍ୟୁ ହୋଇଛି। ମୈଦଲପୁର ପଞ୍ଚାୟତର ତୁଳସିପଦର ଗ୍ରାମର ଭୀମ ସାନ୍ତା (୪୨) ମଇଦଲପୁର ରେ କାମ ସାରି ରାତ୍ର  ନିଜ ଗାଁ ତୁଳସିପଦରକୁ ଚାଲି ଚାଲି  ଘରକୁ ଫେରୁଥିଲେ। ସେ ଘରକୁ ଫେରୁଥିବା ବେଳେ ରାତି ରେ କୌଣସି ଅଜଣା ଗାଡି ଧକ୍କା ଦେବା ସହ ତାଙ୍କ ଉପରେ ମାଡିଯାଇଥିବାର ସନ୍ଦେହ କରାଯାଉଛି। ସକାଳୁ ସ୍ଥାନୀୟ ଲୋକେ ମୃତ ଦେହ ରାସ୍ତା ଉପରେ ପଡି ଦେଖିବା ପରେ ମୈଦଲପୁର ପୁଲିସକୁ ଖବର ଦେଇଥିଲେ। ମଇଦଲପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ନବରଙ୍ଗପୁର ଜିଲ୍ଲା ମୂଖ୍ୟଚିକିତ୍ସାଳୟ କୁ ପଠାଇଛନ୍ତି। ଶବ ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେ ଜଣେ ନିରିହ ଆଦିବାସୀ ସମ୍ପ୍ରଦାୟ ର ଲୋକ ‌ହୋଇଥିବା ସ୍ଥଳେ ସେ କୁଲି କାମ କରି ପରିବାର ଚଳାଉଥିଲେ। ତାଙ୍କ ର ୩ ଗୋଟି ପୁଅ  ଓ ଝିଅ ଅଛନ୍ତି। ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର