ନବରଙ୍ଗପୁର: ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ମଇଦଲପୁର ନିକଟରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଲଖେଇ ଜାନୀ(୬୦) ଗୁରୁତର ଭାବେ ଆହତ ହୋଇଛନ୍ତି। ପାପଡାହାଣ୍ଡି ବ୍ଲକର ମାଝୀଗୁଡା ପଞ୍ଚାୟତର ଖଡକାପଦର ଗ୍ରାମର ଲଖେଇ ଜାନୀ ସବୁ ବେଳ ଭଳି ସକାଳୁ କୁଲା, ଚାଙ୍ଗୁଡି ଓ ଚଣା ଧରି ମଇଦଲପୁର ହାଟକୁ ବିକ୍ରୀ କରିବା ପାଇଁ ବାହାରିଥିଲେ। ରାସ୍ତା ରେ ଭାଲୁ ଲଖେଇ ଙ୍କୁ ଆକ୍ରମଣ କରିଥିଲା। ଭାଲୁ ବୃଦ୍ଧା ଲଖେଇଙ୍କୁ ତଳେ ଗଡାଇ ଗଡାଇ ଆକ୍ରମଣ କରିଥିଲା।  ‌ଲଖେଇଙ୍କ ମୁହଁ, ହାତ ‌ଓ ଗୋଡରେ ଗଭୀର ଆଘାତ ଲାଗିଥିଲା । ଭାଲୁ ଆକ୍ରମଣ କରି ଯିବା ପରେ ଗୁରୁତର ଅବସ୍ଥା ରେ ବହୁଦୁର ପର୍ଯ୍ୟନ୍ତ ତୁଳସୀପଦର ଛକ ପର୍ଯ୍ୟନ୍ତ ସେ ଘୋଷାଡି ଘୋଷାଡି ହୋଇ ଆସିଥିଲେ। ଏ ମଧ୍ୟରେ ସ୍ଥାନୀୟ ଲୋକେ ଉକ୍ତ ବୃଦ୍ଧାଙ୍କୁ ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ମଇଦଲପୁର ଫାଣ୍ଡି କୁ ଖବର ଦେଇଥିଲେ। ମଇଦଲପୁର ଫାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନସ ଯୋଗେ ନବରଙ୍ଗପୁର ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତୀ କରାଇଥିଲେ। ଲଖେଇ ଏବେ ନବରଙ୍ଗପୁର ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର