ଖୋଲିଲା ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌

ନବରଙ୍ଗପୁର: ନବରଙ୍ଗପୁର ଥାନା ପରିସରରେ ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌ ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ଓ ଏସପି ନିତିନ କୁଶଲକର ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏସପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ବନଖଣ୍ଡ ଅଧିକାରୀ ରଂଜିତ କୁମାର ମଲ୍ଲିକ, ଅତିରିକ୍ତ ଏସପି ଶାନ୍ତନୁ ମହାନ୍ତି, ବରିଷ୍ଠ ନାଗରିକ ସଂଘ ସଭାପତି ରାଧାନାଥ ବେହେରା, ସମ୍ପାଦକ ରାମମୂର୍ତି ପଟ୍ଟନାୟକ, କୋଷାଧକ୍ଷ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଜିଲ୍ଲାପାଳ କହିଥିଲେ ଯେ ବରିଷ୍ଠ ନାଗରିକଙ୍କ ପାଇଁ ଜିଲ୍ଲା ପ୍ରଶାସନ ସବୁ ବେଳେ ତତ୍ପର ରହିଛି। ଖୁବଶୀଘ୍ର ନବରଙ୍ଗପୁରରେ ଏକ ଜରା ନିବାସ ନିର୍ମାଣ ହେବାକୁଯାଉଛି। ଏଥିପାଇଁ ଅର୍ଥ ବି ମଞ୍ଜୁର ହୋଇସାରିଛି। ସେହିଭଳି ଭାବେ ନବରଙ୍ଗପୁର ମେଡିକାଲରେ ୩୫ଲକ୍ଷ ଟଙ୍କା ବ୍ୟୟରେ ୱାନ ଷ୍ଟେପ ଭିକ୍ଟିମ କୋଠା ନିର୍ମାଣ ହେବ। ବରିଷ୍ଠ ନାଗରିକ ଯେତେବେଳେ ବି ଯାହା ସହଯୋଗ ଚାହିଁବେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯିବ ବୋଲି କହିଥିଲେ। ସେହିପରି ଡିଏଫଓ ଏବଂ ଏସପି ମଧ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ସୁବିଧା ସୁଯୋଗ ସଂକ୍ରାନ୍ତରେ କହିଥିଲେ। ଆଜି ୮୨ଜଣ ବରିଷ୍ଠ ନାଗରିକଙ୍କୁ ଅତିଥିଙ୍କ ଦ୍ବାରା ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନରସିଂହ ତ୍ରିପାଠୀ, ସତ୍ୟବାଦୀ ‌ଷଡଙ୍ଗୀ, ସର୍ବେଶ୍ବର ପାତ୍ର, ଉମା ଶଙ୍କର ତ୍ରିପାଠୀ, ଗଣେଶ ଦାସ, ନିରଂଜନ ମିଶ୍ର, ନାରାୟଣ ପଣ୍ଡା, ଚନ୍ଦ୍ର କୁମାର ଆଚାର୍ଯ୍ୟ, ପ୍ରକାଶ ଚନ୍ଦ୍ର ମିଶ୍ର, ବି.ଜଗନ୍ନାଥ ରାଓ ପ୍ରମୁଖଙ୍କ ସମେତ ୫୦ରୁ ଊର୍ଧ୍ବ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଥାନା ଅଧିକାରୀ ତାରିକ ଅହମ୍ମଦ ଓ ସହକର୍ମୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର