ସର୍ପାଘାତରେ ଜଣେ ମୃତ

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ କଛାରପଡା ଗ୍ରାମର ରୁକବନ ମାଝୀ (୪୫)ଙ୍କୁ ବିଷଧର ସାପ କାମୁଡି ଦେବାରୁ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ରୁକବନ ନିକଟସ୍ଥ ଜଙ୍ଗଲରୁ ନିଜ ଘର ତିଆରି ନିମନ୍ତେ ପଥର ସଂଗ୍ରହ କରାଯାଇଥିଲା। ସେଠାରେ ତାଙ୍କୁ ଗୋଟିଏ ନାଗ ସାପ ଦଂଶନ କରିଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକ ୧୦୮ ଆମ୍ବୁଲାନ୍‌ସ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କଳ୍ପେଶ ସୁନା ଘୋଷଣା କରିଥିଲେ। ଖବର ପାଇ ଚନ୍ଦାହାଣ୍ଡି ଥାନା ଏଏସଆଇ ଗୁଣନିଧି ସାହୁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦଣ୍ଡାମୁଣ୍ଡା ରାଜସ୍ୱ ନିରୀକ୍ଷକ ଗଣପତି ମାଳି କଛାରପଡା ଗ୍ରାମକୁ ଯାଇ ତଦନ୍ତ କରିବା ସହ ରିପୋର୍ଟ ଚନ୍ଦାହାଣ୍ଡି ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର