ପ୍ରଦୀପ ମାଝୀ ଓ ସଦନ ନାୟକଙ୍କ ନିର୍ବାଚନୀ ପ୍ରଚାର

ନବରଙ୍ଗପୁର: ନବରଙ୍ଗପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ମାଝୀ ଓ ବିଧାୟକ ପ୍ରାର୍ଥୀ ସଦନ ନାୟକ ନବରଙ୍ଗପୁର ଓ କୋଷାଗମୁଡା ବ୍ଲକର କିଛି ପଞ୍ଚାୟତକୁ ଗସ୍ତ କରି ନିଜର ପ୍ରଚାର କାର୍ଯ୍ୟ କରିଛନ୍ତି। ନବରଙ୍ଗପୁର ପୌରପରିଷଦର ୱାର୍ଡ ନଂ ୧୬ ଗାନ୍ଧୀନଗରରୁ ଏକ ଶୋଭାଯାତ୍ରା ବାହାରି ଅଗ୍ନିପୁର, ସାନ ମସିଗାଁ, ବଡ ମସିଗାଁ, ଭ‌ାଟିଗାଁ, ମଦେଗାଁ, କର୍ଚ୍ଚାମାଳ, ପୂଜାରୀଗୁଡା, ଗାଦବାଗୁଡା, ସାନ ଆମ୍ବଡା ଓ ବଡ ଆମ୍ବଡା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ କର୍ମୀ ମାନଙ୍କ ଦ୍ବାରା ଏକ ବିରାଟ ମୋଟର ସାଇକଲ ଶୋଭାଯାତ୍ରା ବାହାରିଥିଲା। କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ ନବରଙ୍ଗପୁର ଜିଲ୍ଲାର ସାଧାରଣ ଜନତା, ଚାଷୀ, ମହିଳା, ଜଳସେଚନ ଓ ବେକାରୀ ସମସ୍ୟା କିଭଳି ଦୂରୀକରଣ ହେବ ସେ ନେଇ ପଥପ୍ରାନ୍ତ ସଭା କରାଯାଇଥିଲା। ଏହି ପ୍ରଚାର ବେଳେ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ସରୋଜ ପାତ୍ର, ଅଖିଳ ଭତ୍ରା, ଦିଲ୍ଲୀପ କୁମାର ବେହେରା, ଭୀମ ହରିଜନ, ଉତ୍ତମ ତ୍ରିପାଠୀ, ଅବଦୁଲ ଫିରୋଜ, ସଂଜୀବ ବିଷୋୟୀ, ପ୍ରେମରାଜ ମାଝୀ, ଉମେଶ ମିଶ୍ର, ପଦ୍ମନ ବିଷୋୟୀ ପ୍ରମୁଖଙ୍କ ସମତେ ବହୁ ସଂଖ୍ୟାରେ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର