ପାଣି ପାଇଁ ପମ୍ପ ହାଉସରେ ତାଲା

ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ସଦର ମହକୁମାର ହରିଜନ ସାହିରେ ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ଦେଖାଦେଇଛି। ସମସ୍ୟାର ସମାଧାନ ନିମନ୍ତେ ପଞ୍ଚାୟତ ଓ ଆରଡବ୍ଲୁଏସଏସ ଅଧିକାରୀଙ୍କୁ ଅବଗତ କରାଯିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସାହି ବାସିନ୍ଦା ପାନୀୟ ଜଳ ପ୍ରକଳ୍ପର ପମ୍ପ ହାଉସରେ ଆଜି ତାଲା ଠୁଙ୍କି ଦେଇଥିଲେ। ଖବର ପାଇ ନନ୍ଦାହାଣ୍ଡି ବିଡିଓ କର୍ଣ୍ଣଦେବ ସମାଦ୍ଦାର, ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଶ୍ୟାମସୁନ୍ଦର ବେହେରା ଓ ସରପଞ୍ଚ ନୀଳାମ୍ବର ଅମନାତ୍ୟ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସାହି ବାସିନ୍ଦାଙ୍କୁ ବୁଝାଶୁଝା କରିଥିଲେ। ଆସନ୍ତାକାଲି ମରାମତି କରାଯିବା ପରେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସାହି ବାସିନ୍ଦାଙ୍କୁ ପମ୍ପ ହାଉସରୁ ତାଲା ଖୋଲିଥିଲେ।

ସମ୍ବନ୍ଧିତ ଖବର