ନବରଙ୍ଗପୁର: ଗୁଡ୍ ନିଉଜ ଇଣ୍ଡିଆ ଡ୍ରିମସ ସେଣ୍ଟର୍ରୁ ୭୨ ଜଣ ଶିଶୁ ଉଦ୍ଧାର 

ନବରଙ୍ଗପୁର: ଗୁଡ୍ ନିଉଜ ଇଣ୍ଡିଆ ଡ୍ରିମସ ସେଣ୍ଟର୍ ନାମକ ସେଲଟର ହୋମରେ ଛାତ୍ରୀଙ୍କୁ ‌ଯୌନ ନିର୍ଯାତନା ଅଭିଯୋଗ ହେବା ପରେ ଏବେ ରାଜ୍ୟରେ କାର୍ଯ୍ୟ କରୁଥିବା ସେଲଟେର ହୋମ ଗୁଡିକ ରେ ଚଢ଼ାଉ ଚାଲିଛି। ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକ ସାନକୁମୁଲି ଠାରେ ଥିବା ଗୁଡ୍ ନିଉଜ ଇଣ୍ଡିଆ ଡ୍ରିମସ ସେଣ୍ଟର୍ ନାମକ ସେଲଟର ହୋମ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ୭୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ସାନକୁମୁଲି ଠାରେ କାର୍ଯ୍ୟ କରୁଥିବା ଗୁଡ୍ ନିଉଜ ଇଣ୍ଡିଆ ଡ୍ରିମସ ସେଣ୍ଟର୍ ନାମକ ସେଲଟର ହୋମ ର ଜେଜେ ଆଇନ ପାଇଁ ଥିବା ନିୟମ ନବିକରଣ କରାଯାଇନଥିଲା। ଏହି ସେଲଟର ହୋମ ରେ ପାଚେରୀ ନଥିବା ର ଅନୁଧ୍ୟାନ କରିଥିଲେ ପ୍ରଶାସନ। ଗତ ୪ ଦିନ ହେଲା ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସରଜମିନ ତଦନ୍ତ କରାଯାଇଥିଲା। ଏହି ଆଶ୍ରୟ ସ୍ଥଳୀ ରେ ପ୍ରାୟ ୯୪ ଜଣ ଶିଶୁ ରହିଥିଲେ। ସମସ୍ତ  ଶିଶୁଙ୍କ ସୁରକ୍ଷା କୁ ବିଚାର କରି ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ରଙ୍କ ଏହି ଆଶ୍ରୟ ସ୍ଥଳି ଖାଲି କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ।

ଜିଲ୍ଲାପାଳଙ୍କ ଆଦେଶ ପ୍ରକାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀ, ଶିଶୁ ସୁରକ୍ଷା ଅଧିକାରୀ ଶୁରେଶ କମାର ପଟ୍ଟନାୟକ, ସୁରକ୍ଷା ଅଧିକାରୀ କୁଳମଣି ସ୍ବାଇଁ ଓ ଅନ୍ୟ ପ୍ରଶାସିନିକ ଅଧିକାରୀ ମାନେ ଏହି ସେଲଟେର ହୋମ ରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କ ପରିବାର ବର୍ଗଙ୍କୁ ପିଲା ମାନଙ୍କୁ ଏଠାରୁ ନେବା ପାଇଁ ଖବର ଦିଆଯାଇଥିଲା।

ସମ୍ବନ୍ଧିତ ଖବର