ଜୁଆ ଆଡ୍ଡାରେ ଚଢାଉ, ୪ ଗିରଫ

କୋଷାଗୁମୁଡା: କୋଷାଗୁମୁଡା ବ୍ଲକ ମାଝିଧନୁଆ ପଞ୍ଚାୟତ ଅନ୍ତର୍ଗତ ଆଉଁଳି ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରି ୪ ଜୁଆଡିଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଜୁଆ ଆଡ୍ଡା ଚାଲିଥିବା ଖବରପାଇ କୋଷାଗୁମୁଡା ଥାନା ଅଧିକାରୀ ପୁଷ୍ପେନ୍ଦୁ ସାଗରଙ୍କ ତତ୍ତ୍ବାବୋଧାନରେ ପୋଲିସ କର୍ମଚାରୀ ଆଉଁଳି ଗ୍ରାମରେ ଚଢାଉ କରିଥିଲେ। ଚଢାଉ ବେଳେ ୪ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୦ହଜାର ୩୯୦ଟଙ୍କା, ୨ଟି ମୋବାଇଲ ଓ ତାସ ପେଟି ଜବତ କରାଯାଇଛି। ଏହି ଚଢାଉରେ ଆଇଆଇସିଙ୍କ ସମେତ ଏସ୍ଆଇ ଅଶ୍ବିନୀ ପଟନାୟକ, ଦେବେନ୍ଦ୍ର ରାଓ, କନେଷ୍ଟବଳ ମୁନା ମଲ୍ଲିକ, ଶିବ ଭଣ୍ଡାରୀ, କୈଳାସ ପୂଜାରୀ ଓ ହୋମଗାର୍ଡ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର