ସ୍କୁଲ ପିଲା କଲେ ପାଇଖାନା ସଫେଇ, ଭିଡିଓ ଭାଇରାଲ

ନବରଙ୍ଗପୁର: ନବରଙ୍ଗପୁର ସହରରେ ଥିବା ଫରେଷ୍ଟ୍ର କଲୋନି ପ୍ରାଥମିକ ବିଦ୍ୟାଳୟରେ କୁନି କୁନି ପିଲାମାନେ ବିଦ୍ୟାଳୟର ପାଇଖାନ ସଫେଇ କରୁଥିବା ନେଇ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରୀୟା ଦେଖିବାକୁ ମିଳିଛି। ମିଶନ ଶକ୍ତି ସମ୍ମିଳନୀ କକ୍ଷ ପାଖରେ ଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ପ୍ରାୟ ୪୫ ଜଣ ପିଲା ପାଠ ପଢ଼ୁଛନ୍ତି। ତେବେ ବିଦ୍ୟାଳୟରେ ୨ ଜଣ ଶିକ୍ଷୟତ୍ରୀ କାର୍ଯ୍ୟରତ ଅଛନ୍ତି। ବିଦ୍ୟାଳୟ ପରିସର ମଧ୍ୟରେ ହିଁ ଅଙ୍ଗନଓ୍ଵାଡି କେନ୍ଦ୍ର ବି ରହିଛି। ବିଦ୍ୟାଳୟର ଥିବା ପାଇଖାନାକୁ ମଙ୍ଗଳବାର ବିଦ୍ୟାଳୟର ୪ର୍ଥ ଓ ୫ମ ଶ୍ରେଣୀର ୪ ଜଣ ଛାତ୍ର ହାତରେ ମଗ ଓ ଝାଡୁ ଧରି ପାଇଖାନା ସଫେଇ କରୁଥିବା ବେଳେ ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରି ବିଭିନ୍ନ ସୋସିଅଲ ମିଡିଆ ଛାଡିଥିଲେ।ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରୀୟା ଦେଖିବାକୁ ମିଳିଛି। ଅଭିଭାବକ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଛି।

ପିଲାମାନଙ୍କୁ ବିଦ୍ୟାଳୟ ଭିମୁଖି କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବିଦ୍ୟାଳୟ ଭିତରେ ପିଲାଙ୍କୁ ନେଇ ପାଇଖାନା ସଫେଇ କରିବାକୁ ଅଭିଭାବକ ମାନଙ୍କ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ପ୍ରେମଲତା ଆଶାଙ୍କ ସହ ଯୋଗାଯୋଗ କରିବାରୁ ପିଲାମାନେ ସୌଚାଳୟ ବ୍ୟବହାର କରୁଛନ୍ତି । ଏହି ବିଦ୍ୟାଳୟ ସହର ମୁଖ୍ୟ ବିଦ୍ୟାଳୟ। ଉଚ୍ଚ ପଦାଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରି ପାଇଖାନା ସଫେଇ ରଖିବା ପାଇଁ କହୁଛନ୍ତି।

ବିଦ୍ୟାଳୟରେ କେବଳ ମାତ୍ର ୨ ଜଣ ଶିକ୍ଷକ ରହୁଛନ୍ତି। ପିଏନର ବ୍ୟବସ୍ଥା ନାହିଁ। ଶିକ୍ଷକ ମାନେ ପାଠ ପଢ଼ା ଠାରୁ ଆରମ୍ଭ କରି ଯାବତୀୟ ଅଫିସ କାର୍ଯ୍ୟ କରୁଛନ୍ତି। ଏହି ବିଦ୍ୟାଳୟ ଉପରେ ବିଧାୟକ ଙ୍କ ଠାରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ ଏହି ବିଦ୍ୟାଳୟକୁ ପରିଦର୍ଶନରେ ଆସୁଛନ୍ତି। ଏଣୁ ବିଦ୍ୟାଳୟର ପରିବେଶ ପରିଛନ୍ନ ରଖିବା ପାଇଁ ଏବଂ ସେମାନେ ଶୌଚାଳୟ ବ୍ୟବହାର କରୁଥିବାରୁ ସେମାନେ ପାଳି କରି ସଫେଇ କରିବା ପାଇଁ ପିଲାମାନେ ନିଷ୍ପତି ନେଇ ସଫେଇ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ।

ଏ ସଂକ୍ରାନ୍ତରେ ବ୍ଲକ ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ଖବର ପାଇ ବିଦ୍ୟାଳୟକୁ ତଦନ୍ତ କରିବା ପାଇଁ ଯାଇଥିଲେ। ପରିଷ୍କାର ଓ ପରିଛନ୍ନ କରିବା ପାଇଁ ବିଦ୍ୟାଳୟର ପିଲାଙ୍କୁ ନେଇ ହୋଇଥିବା ପରିମଳ କ୍ୟାବିନେଟ୍‌ ର ନିଷ୍ପତି ଅନୁଯାୟୀ ସେମାନେ ନିଜେ ନିଜେ ନିଜର ପାଇଖାନା ସଫେଇ କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ କହି ପାଇଖାନା ସଫେଇ ପାଇଁ ବାହାରିଥିବାର ପ୍ରଧାନ ଶିକ୍ଷୟତ୍ରୀ କହିଥିବାର କହିଥିଲେ।

ସମ୍ବନ୍ଧିତ ଖବର