ନବରଙ୍ଗପୁର: ସନ୍ଧ୍ୟା ଭ୍ରମଣରେ ଯାଇଥିଲେ ଶିକ୍ଷକ, ଚକଟି ଦେଇ ଚାଲିଗଲା ମିନି ଟ୍ରକ

ନବରଙ୍ଗପୁର: ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଘଟଣା ସ୍ଥଳରେ କାର୍ଯ୍ୟରତ ଶିକ୍ଷକ ସୁଧାକର ପଟ୍ଟନାୟକ ସନ୍ଧ୍ୟା ଭ୍ରମଣ କରୁଥିବା ସମୟରେ ୪୦୭ ମିନି ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ମିନି ଟ୍ରକ ଧକ୍କା ଦେଇ ନିରୁଦ୍ଧିଷ୍ଠ ହୋଇଯାଇଛି। ପୁଲିସ ସୂଚନା ପାଇଁ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର