ତୃତୀୟ ଦିନରେ ବି ମଣ୍ଡିରୁ ଧାନ ଉଠିଲାନି

ନନ୍ଦାହାଣ୍ଡି: ନନ୍ଦାହାଣ୍ଡି ଲ୍ୟାମ୍ପସ ଦ୍ୱାରା ପରିଚାଳିତ ନନ୍ଦାହାଣ୍ଡି ଏବଂ ସରୁଗୁଡା ମଣ୍ଡିରୁ ତିନି ଦିନ ହେଲା ଧାନ ଉଠିନାହିଁ। ମଣ୍ଡିକୁ ମିଲର ଆସୁନଥିବା ଯୋଗୁଁ ଚାଷୀ ଶୀତ କାକରରେ ଧାନ ଜଗି ବସିଛନ୍ତି। ନନ୍ଦାହାଣ୍ଡି ଠାରେ ପ୍ରାୟ ୫ଶହ କ୍ୱିଣ୍ଟାଲରୁ ଊର୍ଧ୍ୱ ଧାନ ଏବଂ ସରୁଗୁଡାରେ ୪ଶହରୁ ଊର୍ଧର୍୍ୱ କ୍ୱିଣ୍ଟାଲ ଧାନ ପଡି ରହିଥିବା ଜଣାପଡିଛି। ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ କିଛି ଚାଷୀ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କାହାରି ଦେଖାନମିଳିବାରୁ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି। ରାସ୍ତାରୋକ ପାଇଁ ପୁଲିସ ଅନୁମତି ନଦେବାରୁ ଆସନ୍ତାକାଲି ଲ୍ୟାମ୍ପସ ଘେରାଉ କରାଯିବାକୁ ଯୋଜନା କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର