୩ କନେଷ୍ଟବଳ ନିଲମ୍ବିତ

ନବରଙ୍ଗପୁର: ନବରଙ୍ଗପୁର ସହରର ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ୨ଜଣ କନେଷ୍ଟବଳ ଏବଂ ଜଣେ ଓଏପିଏଫ ଯବାନଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏସପି ନିଳମ୍ବିତ କରିଥିବା ଜଣାପଡିଛି। ଗତକାଲି ନବରଙ୍ଗପୁର ସହରରେ ଗାଡି ଯାଞ୍ଚ ସହ ଟ୍ରାଫିକ ନିୟମକୁ କଡାକଡି କରାଯାଇଥିଲେ। ତେବେ ମାଝିଗୁଡା ଠାରେ ମୁତୟନ ହୋଇଥିବା ୨ଜଣ କନେଷ୍ଟବଳ ଓ ଜଣେ ଓଏପିଏଫ ଯବାନ ନିଜ ମୋବାଇଲରେ ବ୍ୟସ୍ତ ଥିବା ଏସପି ମୁକେଶ କୁମାର ଭାମୋ ସେହି ରାସ୍ତା ଦେଇ ଗଲା ବେଳେ ଦେଖିବାକୁ ପାଇଥିଲେ। ଏହାକୁ ଗମ୍ଭିରତାର ସହ ନେଇ ତଦନ୍ତ କରିବା ପରେ କାର୍ଯ୍ୟରୁ ନିଲମ୍ବିତ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର