ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଟ୍ରାକ୍ଟର, ଜଣେ ମୃତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତୁମର୍ଲା ନିକଟ ଜାତୀୟ ରାଜପଥରେ ବିଦ୍ୟୁତ ଖୁଣ୍ଟକୁ ଟ୍ରାକ୍ଟର(ଓଡ଼ି୨୪ସି ୬୭୪୯) ଧକ୍କା ଦେବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ, ପାପଡାହାଣ୍ଡି ଅଞ୍ଚଳର ଗୋଟିଏ ଟ୍ରାକ୍ଟର ମେଟାଲ ଆଣିବା ପାଇଁ ତୁମର୍ଲା ଯାଇଥିଲା। ସେଠାରୁ ଫେରିବା ସମୟରେ ତୁମର୍ଲା ଫାଣ୍ଡି ଠାରୁ ପ୍ରାୟ ୫ଶହ ମିଟର ଦୂର ଜାତୀୟ ରାଜପଥ କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇ ପ୍ରାୟ ୨ଶହ ମିଟର ଦୂର ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲା। ଏଥିରେ ସିରିଶି ପଞ୍ଚାୟତ ଅନ୍ତର୍ଗତ ଶରିଶପଦର ଗାଁର ଶ୍ରମିକ ବଧିଆ ଭତରା(୩୫)ଙ୍କ ମୃତ ହୋଇଥିବା ଜଣାପଡିଛି। ସେହିପରି ସୋରିଷପଦର ଗାଁର ଶ୍ରମିକ ଶ୍ରୀଧର ନାୟକ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ପାପଡାହାଣ୍ଡି ପୁଲିସ ଓ ତୁମର୍ଲା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରାକ୍ଟରରେ ଡ୍ରାଇଭର ସମେତ ୩ଜଣ ଶ୍ରମିକ ଇଂଜିନରେ ବସିଥିବା ଅନୁମାନ କରାଯାଉଛି। ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏହି ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର