ବିଦ୍ୟୁତ ତାର ଲାଗି ଟ୍ରକ୍‌ ଡ୍ରାଇଭର ମୃତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି-ଛତାବେଡା ରାସ୍ତାରେ ଏକ ନୀଳଗିରି ବୋଝେଇ ଟ୍ରକ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ହେଲପର ଅଳ୍ପକେ ବର୍ତି ଯାଇଛନ୍ତି। ରାଇଘର ପୁଲିସ ଶବ ଜବତ କରି କରିବା ସହ ଟ୍ରକ୍ଟଟିକୁ ଜବତ କରି ଥାନାକୁ ଆଣିଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଏକ ନୀଳଗିରି ବୋଝେଇ ଟ୍ରକ୍‌(ସିଜି ୦୭ ଏନଏ ୨୭୧୧) ରାଇଘର ବ୍ଲକର କୁମୁଲି ଗ୍ରାମରୁ ନୀଳଗିରି କାଠ ବୋଝେଇ କରି କୁମୁଲି-ଛତାବେଡା ରାସ୍ତାରେ ଯାଉଥିଲା। ତେବେ ଗୋଟିଏ ସ୍ଥାନରେ ଟ୍ରକଟି ରାସ୍ତା ପାର୍ଶ୍ୱ ଦେଇ ଯାଇଥିବା ବିଦ୍ୟୁତ ତାରରେ ଲାଗି ଯାଇଥିଲା। ଏହା ଦେଖି ଟ୍ରକ୍‌ ହେଲପର ନିଜ ଜୀବନ ବଞ୍ଚାଇବାକୁ ଗାଡିରୁ ଡେଇଁ ପଡିବାରୁ ବର୍ତି ଯାଇଥିଲେ। ପରେ ଡ୍ରାଇଭର ଈଶ୍ୱର ପ୍ରସାଦ ସାହୁ ଟ୍ରକ୍‌ରୁ ଡେଇଁବା ସମୟରେ ଟ୍ରକ୍‌ର ଏକ ଅଂଶ ତାଙ୍କ ଶରୀରକୁ ଲାଗି ଯାଇଥିଲା। ସମଗ୍ର ଟ୍ରକ୍‌ରେ ବିଦ୍ୟୁତ ପ୍ରବାହିତ େଉଥିବାରୁ ବିଦ୍ୟୁତ ସଂପ୍ପର୍ଶରେ ଘଟଣାସ୍ଥଳରେ ହିଁ ଈଶ୍ୱରଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଟ୍ରକ୍‌କୁ ଥାନାକୁ ଆଣିଥିଲା। ଟ୍ରକ୍‌ଟି ରାୟପୁର ଅଞ୍ଚଳରେ ହୋଇଥିବା ବେଳେ ଡ୍ରାଇଭର ମଧ୍ୟ ରାୟପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ପୁଲିସ ଟ୍ରକ୍‌ ମାଲିକଙ୍କ ସହ ଯୋଗାଯୋଗ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର