ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଅଗଷ୍ଟ ମାସ ୧୬ତାରିଖରେ ଯୁବତୀ ଜଣକ ନିଜ ଗାଁ ନିକଟସ୍ଥ ଜମିକୁ ଘାସ ବାଛିବାକୁ ଯାଇ ଏକାକି ଘରକୁ ଫେରୁଥିଲେ। ରାସ୍ତାରେ ଝରିଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା ଗ୍ରାମର ତିଳ ସୌରା(୫୫) ଯୁବତୀଙ୍କୁ ରାସ୍ତାରୁ ଉଠାଇ ନେଇ ଏକ କୁଡିଆ ଘରେ ଦୁଷ୍କର୍ମ କରିଥିଲେ। ଏପରିକି ସେହିଦିନ ତିଳ ଯୁବତୀଙ୍କୁ ପଡେଇଗୁଡା ଗାଁକୁ ନେଇ ରାତ୍ରିଯାପନ କରି ୧୭ତାରିଖରେ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚୁର୍ଚୁଣ୍ଡା ଗାଁରେ ୮ରୁ ୧୦ଦିନ ପର୍ଯ୍ୟନ୍ତ ରଖି ଦୁଷ୍କର୍ମ କରିଥିଲେ। କିଛି ଦିନ ପରେ ଯୁବତୀ ଘରେ ପହଞ୍ଚି ପରିବାର ଲୋକଙ୍କୁ ସମସ୍ତ ବିଷୟ କହିଥିଲେ। ଏନେଇ ଗତକାଲି ପୀଡିତାଙ୍କ ବାପା ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ତିଳଙ୍କୁ ଗିରଫ କରିଥିଲା। ଆଜି ଉଭୟ ପୀଡିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ତାରିକ ଅହମ୍ମଦ ସୂଚନା ଦେଇଛନ୍ତି। ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ କେଶ୍‌ ନଂ-୭୫/୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ୍‌ଆଇ ପ୍ରଶାନ୍ତ କୁମାର ସେଠୀ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର