ଯୁବକଙ୍କ ଆତ୍ମହତ୍ୟା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିଆମ୍ବା ଗ୍ରାମ ନିକଟସ୍ଥ ଶାଗୁଆନ ଜଙ୍ଗଲ ମଧ୍ୟରେ ଜଣେ ଯୁବକ ଏକ ଗାମୁଛାରେ ଫାଶୀ ହୋଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ବାଞ୍ଜିଆମ୍ବା ଗ୍ରାମର ଜୟଦେବ ପୂଜାରୀଙ୍କ ପୁଅ ତିଳ ପୂଜାରୀ(୨୮) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ବାଞ୍ଜିଆମ୍ବା ଗ୍ରାମ ନିକଟସ୍ଥ ଶାଗୁଆନ ଜଙ୍ଗଲର ଏକ ଗଛରେ ଜଣେ ଯୁବକଙ୍କ ଶବ ଝୁଲୁଥିବା କିଛି ଲୋକ ଦେଖିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗ୍ରାମବସୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତକ ଜଣକ ବାଞ୍ଜିଆମ୍ବା ଗ୍ରାମର ତିଳ ପୂଜାରୀ ବୋଲି ଚିହ୍ନଟ କରିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଆଜି ସକାଳ ୯ଟାରେ ତିଳ ଲଙ୍ଗଳ ନେଇ ଚାଷ ପାଇଁ ବାହାରିଥିଲେ। ତେବେ କେଉଁ କାରଣରୁ ଜମି ନିକଟରେ ଥିବା ଜଙ୍ଗଲରେ ଫାଶୀ ହୋଇଛି ତାହା ସ୍ପଷ୍ଟ ‌ହୋଇପାରିନି। ଏନେଇ ପରିବାର ଲୋକ ଝରିଗାଁ ଥାନାରେ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବ‌ଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର