ବଜ୍ରାଘାତରେ ଯୁବକ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡା ଗ୍ରାମର ଜଣେ ଯୁବକଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଜବାଗୁଡା ଗ୍ରାମର ମୋହନ ହରିଜନଙ୍କ ବଡ ପୁଅ କୃଷ୍ଣ ହରିଜନ(୨୨) ଆଜି ସକାଳେ ନିଜ ଘର ସମ୍ମୁଖରେ ଦାନ୍ତ ଘଷୁଥିଲେ। ତେବେ ଏହି ସମୟରେ ନିକଟରେ ହଠାତ୍‌ ବଜ୍ରାଘାତ ହେବାରୁ କୃଷ୍ଣ ଅଚେତ ହୋଇ ତଳେ ପଡି ଯାଇଥିଲେ। ପରେ ପରିବାର ଲୋକ କୃଷ୍ଣଙ୍କୁ ୧୦୮ଆମ୍ବୁଲାନ୍‌ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାବୁଗାଁ ଥାନା ଏସ୍‌ଆଇ ମହମ୍ମଦ ସୁରଜ ଓ ଏଏସ୍‌ଆଇ ରେଣୁ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ଥାନାରେ କେଶ୍‌ ନଂ-୧୨/୧୮ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। କୃଷ୍ଣଙ୍କ ମୃତ୍ୟୁ ପରେ ପରିବାର ଲୋକ ସଂପୂର୍ଣ୍ଣ ଭାବେ ଦୁଃଖରେ ଭାଙ୍ଗି ପଡିଛନ୍ତି।

ସମ୍ବନ୍ଧିତ ଖବର