ଜନତା କର୍ଫ୍ୟୁ ସମର୍ଥନ ଜଣାଇ ତାଳି-ଥାଳି, ଘଣ୍ଟ-ଘଣ୍ଟା ବଜାଇଲେ ନାଲକୋ ନଗରବାସୀ

ନାଲକୋ ନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆଜି ସମଗ୍ର ଦେଶରେ ପାଳନ ହୋଇଥିବା ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି ନାଲକୋ ନଗରବାସୀ। ସ୍ଥାନୀୟ ଲୋକେ ସନ୍ଧ୍ୟା ୫ଟାରେ ୫ ମିନିଟ୍‌ ପାଇଁ ତାଳି-ଥାଳି, ଘଣ୍ଟ-ଘଣ୍ଟା ଓ ଶଙ୍ଖ ବଜାଇଛନ୍ତି।

ସୂଚନାଯୋଗ୍ୟ ସମଗ୍ର ଦେଶ ସହିତ ଓଡ଼ିଶାରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ‘ଜନତା କର୍ଫ୍ୟୁ’ ରାତି ୯ଟାରେ ଶେଷ ହୋଇଥିଲା। ଏଥିରେ ଅନୁଗୁଳ ଜିଲ୍ଲାର ନାଲକୋ ନଗର ମଧ୍ୟ ସାମିଲ ଥିଲା। ଜିଲ୍ଲାର ଗ୍ରାମାଞ୍ଚଳର ଲୋକେ ମଧ୍ୟ ଜନତା କର୍ଫ୍ୟୁକୁ ବିପୁଳ ସମର୍ଥନ କରିଛନ୍ତି।

ନାଲକୋ କଲୋନି, ଗିରାଙ୍ଗ, କୁଲାଡ଼, ବଳରାମ ପ୍ରସାଦ, କାଣ୍ଡସର, କନ୍ୟାବେଡ଼ା ଗ୍ରାମର ଲୋକେ ନିଜ ଘର ବାହାରେ ବାଲକୋନି ଓ ଛାତ ଉପରେ ଘଣ୍ଟ ଓ ଥାଳି ବଜାଇ ସେବାପ୍ରଦାନ କରିଥିବା ଲୋକ (ଡାକ୍ତରଖାନା, ପୁଲିସ, ଗଣମାଧ୍ୟମ ଓ ସଫେଇ କର୍ମୀ)ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାମରେ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକେ ମଧ୍ୟ ସାମିଲ ହୋଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ବଆଁରପାଳ ବ୍ଲକ ଅଞ୍ଚଳବାସୀ ଜନତା କର୍ଫ୍ୟୁକୁ ବିପୁଳ ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର