ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକାଙ୍କ କନ୍ଧମାଳ ଗସ୍ତ, ଓ୍ଵାର୍ଡ ବୁଲି ରୋଗୀଙ୍କୁ ସ୍ୱାସ୍ଥ୍ୟସେବା କଥା ପଚାରି ବୁଝିଲେ

ଫୁଲବାଣୀ: ଓଡିଶା ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକା ଶାଳିନ ପଣ୍ଡିତ ମଙ୍ଗଳବାର କନ୍ଧମାଳ ଗସ୍ତ କରିଛନ୍ତି। ସେ ୨ ଦିନିଆ ପାଇଁ ଗସ୍ତରେ ଆସିଥିବା ବେଳେ ପ୍ରଥମ ଦିନରେ ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭିନ୍ନ ଓ୍ଵାର୍ଡ ବୁଲିଥିଲେ। ସ୍ୱାସ୍ଥ୍ୟସେବା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଥିଲେ। ତା’ପରେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟସେବା କଥା ପଚାରି ବୁଝିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହଠାରେ ଡାକ୍ତର, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ ସେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ଡାକ୍ତର ଅଭାବ ପୁରଣ ସହ ଭିତ୍ତିଭୂମି ସଜାଡିବା ନିମନ୍ତେ ସବୁ ପ୍ରକାର ଯୋଜନା ଚାଲିଛି। ତେଣୁ ସମସ୍ତଙ୍କର ଲୋକଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ରହିବା ଦରକାର ବୋଲି ସେ କହିଥିଲେ। ଏଥିରେ ଜିଲ୍ଲାପାଳ ଡା. ବୃନ୍ଦା ଡି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସମୀର କୁମାର ଦାସ, ଆଇଏଏସ ପ୍ରୋବେସନର ଡା.ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ମନୋରଂଜନ ରାଉତ, ଡିପିଏମ ବୁଲୁନାଥ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଦ୍ଦେଶିକା ବୁଧବାର କେତେକ ଡାକ୍ତରଖାନାକୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର