ଭାପୁର: ଗତକାଲି ରାତିରେ ୪ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସେମାନେ ରହୁଥିବା କ୍ବାର୍ଟର୍ସରୁ ତଡ଼ି ଦିଆଯିବା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ଦୀର୍ଘ ଦିନ ଧରି ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କ୍ବାର୍ଟର୍ସରେ ଏହି କର୍ମଚାରୀମାନେ ରହୁଥିଲେ। ତେବେ ତାହା ଡାକ୍ତରଙ୍କ କ୍ବାର୍ଟର୍ସ ହୋଇଥିବାରୁ ଜଣେ ଡାକ୍ତରଙ୍କୁ ତାହା ଦିଆଯିବାର ସ୍ଥିର ହୋଇଥିଲା। ଏହା ପରେ ସେମାନଙ୍କୁ ସେଠାରୁ ବାହାର କରି ଦିଆଯାଇଥିଲା। ଫଳରେ ରାତି ଅଧରେ ଏହି କର୍ମଚାରୀମାନେ ମଶା ଡାଅଁାସରେ ରାସ୍ତା କଡ଼ରେ ଶୋଇଥିବା ଦେଖିବାକୁ ମିଳିଥିଲା। ଆଜି ସେମାନେ ୧୦୮ ଆମ୍ବୁଲାନ୍ସରେ ଜିନିଷପତ୍ର ଲଦି ନୟାଗଡ ସଦର ମହକୁମାକୁ ପଳାଇଥିବା ଜଣାପଡ଼ିଛି। ପୁଲିସ ଭୟ ଦେଖାଇ ରାତି ପ୍ରାୟ ୧୧ଟା ସମୟରେ ଏହି କର୍ମଚାରୀଙ୍କୁ ବାହାର କରାଯାଇଥିଲା। ତେବେ ଏ ସଂପର୍କରେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା ଅନ୍ନଦା ପ୍ରସାଦ ତ୍ରୀପାଠୀ କହିଛନ୍ତି ଯେ ସ୍ବାସ୍ଥ୍ୟକେନ୍ଦ୍ରରେ ନୂଆ ଡାକ୍ତର ଯୋଗ ଦେଉଥିବାରୁ ଡାକ୍ତରଙ୍କ ପାଇଁ ଘର ଖାଲି କରାଯିବା ଆବଶ୍ୟକ ହେଉଛି।
ଆମ୍ବୁଲାନ୍ସ କର୍ମଚାରୀଙ୍କୁ କ୍ବାର୍ଟର୍ସରୁ ତଡ଼ିଦେଲେ:ରାସ୍ତାରେ ରାତି କାଟିଲେ
/sambad/media/post_attachments/wp-content/uploads/2019/06/nay.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)