ବିଜେପିର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ବିଧା-ଚାପୁଡା ବି ହେଲା

ନୟାଗଡ଼: ଭାରତୀୟ ଜନତା ପାର୍ଟିର ୨ଟି ଗୋଷ୍ଠୀ ମଧ୍ୟରେ ରବିବାର ଗଣ୍ଡଗୋଳ ହୋଇଛି। ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ସହରର ଏକ ହୋଟେଲରେ ବିଜେପିର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧଜୀବୀ ସମ୍ମିଳନୀ ଚାଲିଥିବା ବେଳେ ଏହି ଗଣ୍ଡଗୋଳ ହୋଇଛି। ଜିଲ୍ଲା ବିଜେପି ସଭାପତି ସନ୍ୟାସୀ ନାୟକ, ବିଧାନସଭା ନେତ୍ରୀ ଇରାନୀ ନାୟକ ଓ ପତ୍ରିକା ‘ବିଜେପି ବାର୍ତ୍ତା’ର ସଂପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ପରିଚାଳନାରେ ଆଜି ପୂର୍ବାହ୍ନ ୧୧ଟାରେ ସମ୍ମିଳନୀ ଚାଲିଥିବା ବେଳେ ଆକ୍ରମଣ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାରି ବର୍ଷର ସଫଳତା ନେଇ ବିଚାର ବିମର୍ଶ ଚାଲିଥିବା ବେଳେ ଅସନ୍ତୁଷ୍ଟ ବିଜେପି କର୍ମୀମାନେ ହୋଟେଲରେ ଚାଲିଥିବା ସମ୍ମିଳନୀ କକ୍ଷରେ ପ୍ରବେଶ ପାଟିତୁଣ୍ଡ କରିଥିଲେ। ସେମାନେ କକ୍ଷରେ ଲାଗିଥିବା ପୋଷ୍ଟର ଓ ବ୍ୟାନରକୁ ଚିରି ଥିଲେ। ଉତ୍ତ୍ୟକ୍ତ ଅସନ୍ତୁଷ୍ଟ ବିଜେପି କର୍ମୀମାନେ କିଛି ଚେୟାର ଭାଙ୍ଗି ଦେଇଥିଲେ। ଫଳରେ ଉଭୟ ପକ୍ଷରୁ ପିଟାପିଟି ହୋଇଥିଲା। ସ୍ଥିତି ଭୟଙ୍କର ହୋଇ ଯାଇଥିଲା। ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଗାଳିଗୁଲଜ ହେବା ପରେ ସମସ୍ତେ ଶାନ୍ତ ପଡ଼ିଥିଲେ।

ସମ୍ବନ୍ଧିତ ଖବର