ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଖଣ୍ଡପଡ଼ାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ଭୁବନେଶ୍ବର:  ବୁଧବାର ଦିନ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବାଣପୁର ବ୍ଲକର ବାଇଗୁଣିଆ ଗାଁରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି ।

ଏହାଛଡ଼ା ବାଣପୁର ଅଞ୍ଚଳର  ବିଭିନ୍ନ ଗାଁରେ ମଧ୍ୟ ବହୁସଂଖ୍ୟକ କର୍ମୀ ଓ ନେତା ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି। ବାଣପୁର ବ୍ଲକ ଅଧ୍ୟକ୍ଷ ମନୋଜ ପ୍ରଧାନ, ଉପାଧ୍ୟକ୍ଷ ଗୟାଧର ପରିଡ଼ା ଓ ପୂର୍ବତନ ଅଧ୍ୟକ୍ଷ ଶିଶିର ସାହୁଙ୍କ ସମେତ ଖଣ୍ଡପଡା ଅଂଚଳର ଶତାଧିକ ବିଜେଡି କର୍ମୀ ଓ ଜନସାଧାରଣ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି।

ଆଜିଠାରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରୁଛି ବିଜେଡି ।

ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପଦଯାତ୍ରା ଆରମ୍ଭ କରିଛନ୍ତି । ବିଜେଡି ଜନସମ୍ପର୍କ ପଦଯାତ୍ରା, ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା ଓ କଂଗ୍ରେସର ଅହିଂସା ପଦଯାତ୍ରା ଆରମ୍ଭ କରିଛନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ପଦଯାତ୍ରା ଦ୍ୱାରା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦଳ ଯୋଜନା କରିଛି । ଏହି ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ।

ସମ୍ବନ୍ଧିତ ଖବର