ବାର୍‌ହା ମାଂସ ଜବତ,୨ ଛାତ୍ର ଗିରଫ

ଓଡ଼ଗାଁ: ବାର୍‌ହା ମାଂସ ଚାଲାଣବେଳେ ଆଜି ଦୁଇ ଛାତ୍ର ଓଡ଼ଗାଁ ବନ ବିଭାଗ ହାତରେ ଧରାପଡ଼ିଛନ୍ତି। ଦୁଇ ଜଣଙ୍କ ଠାରୁ ବନ ବିଭାଗ ୧୫ଟି ଜରିରେ ବନ୍ଧା ଅବସ୍ଥାରେ ଥିବା ୧୫ କେଜି ବାର୍‌ହା ମାଂସ ସହ ଏକ ମୋଟର ସାଇକେଲ୍‌କୁ ଜବତ କରିଛି। ଦୁଇ ଜଣଙ୍କୁ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଦୁଇ ଛାତ୍ର ହେଲେ ଓଡ଼ଗାଁ ବ୍ଲକ୍‌ କୋମଣ୍ଡ ଆଇଟିଆଇରେ ପଢ଼ୁଥିବା ଦିଲ୍ଲୀପ କୁମାର ସେଠୀ(୨୦) ଏବଂ ଓଡ଼ଗାଁ କଲେଜର ଯୁକ୍ତ ଦୁଇ କଳା ଦ୍ଵିତୀୟ ବର୍ଷ ଛାତ୍ର ରମେଶ କୁମାର ସେଠୀ (୧୯)। ଦୁଇ ଜଣଙ୍କ ଘର ଓଡ଼ଗାଁ ଥାନା ଶରଧାପୁରରେ ବୋଲି ଜଣାପଡ଼ିଛି। ଦୁଇ ଛାତ୍ର ବାଘୁଆ ଛକରୁ ଏକ ହିରୋ ସିବିଜେଡ୍‌ ବାଇକ୍‌(ଓଡି-୦୨ଇ-୪୨୨୭)ରେ ଓଡ଼ଗାଁ-ଦର୍ପନାରାୟଣପୁର ରାସ୍ତା ଦେଇ ଯାଉଥିବାବେଳେ ବିଲମାନପୁର ଛକରୁ ବନ ବିଭାଗ ଓ ପ୍ରୋଟେକ୍ସନ୍‌ ସ୍କ୍ଵାଡ୍‌ ଧରିଥିବା ରେଞ୍ଜର ରବୀନ୍ଦ୍ରନାଥ ପଣ୍ଡା କହିଛନ୍ତି। ଦୁଇ ଜଣଙ୍କୁ ଆଗରୁ ୩/୪ ଥର ଧରିବାକୁ ଚେଷ୍ଟା କରାଯାଇଥିଲେ ବି ଏହା ସମ୍ଭବ ହୋଇନଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର