ବିଦ୍ୟୁତ୍‌ ଆଘାତରେ ଆସି ଗାଈ ମୃତ

ଥୁଆପାଲି: ଭେଡ଼େନ ବ୍ଲକ ମଝିଥନାପତିଟିକ୍ରା ଉପରପଡ଼ା ଛକର ଚାଷ ଜମି ଦେଇ ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଗାଈର ମୃତ୍ୟୁ ଘଟିଛି। ଅନେକ ଦିନ ହେଲା ଏଠାରେ ଥିବା ଖୁଣ୍ଟଟି ଢଳି ଯାଇଥିଲା। ଏହାକୁ ସପୋଟ୍‌ କରିବା ଲାଗି ଏକ ଗଛରେ ବାନ୍ଧି ରଖାଯାଇଥିଲା। ସୋମବାର ଝଡ଼ତୋଫାନ ହେବାରୁ ଉକ୍ତ ଖୁଣ୍ଟଟି ଅଧପନ୍ତରିଆ ଭାବେ ଢଳି ତାର ଓହଳି ପଡିଥିଲା। ମଙ୍ଗଳବାର ସକାଳ ୮ଟାରେ ଠାକୁର ଦେହେରୀ ପ୍ରତିଦିନ ଭଳି ଗାଈମାନଙ୍କୁ ବିଲରେ ଚରାଉଥିବା ବେଳେ ଗୋଟିଏ ଗାଈ ଝୁଲି ପଡିଥିବା ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା। ଉକ୍ତ ଗାଈଟି ୧୫ ଦିନ ତଳେ ପ୍ରସବ କରିଥିବା ବେଳେ ପ୍ରାୟ ୧୦ ଲିଟର ଗୋରସ୍‌ ଦେଉଥିଲା। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ମୃତ୍ୟୁବରଣ କରିଥିବା ଗାଈର କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର