ନୟାଗଡ଼ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ୧୦ମ ଶ୍ରେଣୀ ଛାତ୍ର

ନୟାଗଡ଼: ନୂଆଗାଁ ଥାନା ଅଞ୍ଚଳରେ ଏକ ଦୁଷ୍କର୍ମ ଜନିତ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଏହି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛି। ଛାତ୍ରୀ ଜଣକ ୨ ଦିନ ତଳେ ସକାଳୁ ବାହାରକୁ ଶୌଚ ପାଇଁ ଯାଇଥିବା ବେଳେ ପୂର୍ବରୁ ପିଛା କରୁଥିବା ସେହି ଗାଁର ୧୦ମ ଶ୍ରେଣୀର ଛାତ୍ର ଜୋର ଜବରଦସ୍ତି ଟେକି ନେଇଥିଲା। ଦୁଷ୍କର୍ମର ଶିକାର ହେବା ପରେ ସେଦିନ ନାବାଳିକା ପ୍ରାୟ ୨ରୁ ୩ ଘଣ୍ଟା ବିଳମ୍ବରେ ଘରକୁ ଫେରିଥିଲା। ଘଟଣା ସଂପର୍କରେ ସେହି ସମୟରେ କିଛି ନକହି ପୂର୍ବାହ୍ନ ୧୦ଟାରେ ସ୍କୁଲକୁ ଯାଇଥିଲା। ପରେ ଅପରାହ୍ନରେ ବିଦ୍ୟାଳୟରୁ ଫେରିବା ପରେ ନିଜ ଜୀବନରେ ଘଟିଯାଇଥିବା ସମସ୍ତ ଘଟଣା ସଂପର୍କରେ ସନ୍ଧ୍ୟାରେ ମା’କୁ କହିଥିଲା।

ନାବାଳିକାର ବାପା ଟ୍ରକରେ ହେଲପର ଥିବାରୁ ଘଟଣା ଦିନ ସେ ଘରେ ନଥିଲେ। ପୀଡ଼ିତାଙ୍କ ବାପା ଘରକୁ ଫେରିବା ପରେ ଗୁରୁବାର ନୂଆଗାଁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର