ନୟାଗଡ଼: ବିଜୁଳି ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଅଣ୍ଟା ଭାଙ୍ଗିଲା

ନୂଆଗାଁ: ରବିବାର ସକାଳେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ନୂଆଗାଁ ଠାରେ ଜଣେ ଶ୍ରମିକ ବିଜୁଳି ଖୁଣ୍ଟରୁ ପଡ଼ି ଆହତ ହୋଇଛନ୍ତି।

୪୫ ବର୍ଷିୟ ଆହତ ଶ୍ରମିକଙ୍କ ନାଁ ସୂର୍ଯ୍ୟମଣି ନାୟକ। ତାଙ୍କ ଘର ନୂଆଗାଁ ଅନ୍ତର୍ଗତ ହରିଜନ ସାହିରେ ବୋଲି ଜଣାପଡ଼ିଛି।

ଗାଁ ଭିତର ଦେଇ ଟଣା ଯାଇଥିବା ବିଜୁଳି ତାର ଉପରକୁ ମାଡ଼ି ଆସିଥିବା ଏକ ଆମ୍ବଗଛର ଡାଳ କଟାଇବାକୁ ସେସ୍‌କୋ ଅଧିକାରୀମାନେ ତାଙ୍କୁ ବିଜୁଳି ଖୁଣ୍ଟରେ ଚଢ଼ାଇ ଥିଲେ। କୌଣସି ଅସୁବିଧା ଯୋଗୁଁ ଡାଳ ହାଣିବା ବେଳେ ସୂର୍ଯ୍ୟମଣି ଖୁଣ୍ଟର ପ୍ରାୟ ଅଗରୁ ତଳକୁ ଖସିପଡ଼ିଥିଲେ।

ତୁରନ୍ତ ବିଜୁଳି ବିଭାଗ ଅଧିକାରୀମାନେ ଅଗ୍ନିଶମ ସେବା ଗାଡ଼ି ଡକାଇ ତାଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ଖୁଣ୍ଟରୁ ପଡ଼ିଯିବା ଫଳରେ ତାଙ୍କର ଅଣ୍ଟା ଭାଙ୍ଗି ଯାଇଛି।

ସମ୍ବନ୍ଧିତ ଖବର