ସେମିିଳିଗୁଡା ଥାନାରେ ନୂତନ ଆଇଆଇସି

ସେମିଳିଗୁଡା: ସେମିଳିଗୁଡା ଥାନାର ନୂତନ ଆଇଆଇସି ଭାବେ ସମ୍ବିତ ବେହେରା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଠାକାର ଆଇଆଇସି ପିୟୁଷ ରଂଜନ ଛୋଟରାୟଙ୍କୁ ଜୟପୁର ଟାଉନ ଥାନାକୁ ବଦଳି ହେବା ପରେ ଏହି ପଦବି ଖାଲି ପଡିଥିଲା। ନୂତନ ଥାନା ଅଧିକାରୀ ଶ୍ରୀ ବେହେରା ଏଥି ପୂର୍ବରୁ ସମ୍ବଲପୁରରେ କାର୍ଯ୍ୟ କରୁଥିଲେ। ସେମିଳିଗୁଡା ଥାନା ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି। ଶ୍ରୀ ବେହେରାଙ୍କୁ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଛି। ବିଭିନ୍ନ ପ୍ରସଙ୍ଗରେ ଏସ୍‌ପିଙ୍କ ଦ୍ୱାରା ସ୍ୱାଗତ କରାଯାଇଛି। ବିଭିନ୍ନ ପ୍ରସଙ୍ଗରେ ଏସ୍‌ପିଙ୍କ ଦ୍ୱାରା ଗଠିତ ଶାନ୍ତି କମିଟିକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର