ସହପାଠିନୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ବର୍ଷ ଜେଲ୍

ମହିଳାଙ୍କୁ ଉଲଗ୍ନ କରିବା ଘଟଣାରେ ଅଭିଯୁକ୍ତ ନାବାଳକକୁ ମନ୍ଦିରରେ ଝାଡ଼ୁ ମାରିବାକୁ ନିର୍ଦ୍ଦେଶ

ନୟାଗଡ଼ : ନୟାଗଡ଼ର ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ଦୁଇଟି ପୃଥକ ମାମଲାର ବିଚାର କରି ଜଣେ ନାବାଳକଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିବା ବେଳେ ନିଜ ଖୁଡ଼ିଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ଘଟଣାରେ ଜଣେ ନାବାଳକଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ମନ୍ଦିରରେ ଝାଡ଼ୁ ମାରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭ ଏପ୍ରିଲ ୨ ତାରିଖରେ ଶରଣକୁଳ ଥାନା ଅଧୀନ ଏକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କର ସହପାଠୀ ସଚିତ୍ର (ଛଦ୍ମନାମ) ଅନ୍ୟ ଦୁଇ ଯୁବକଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲେ। ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ଶରଣକୁଳ ଥାନାରେ ଏକ ଗଣଦୁଷ୍ମର୍ମ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ବିଚାର କରି ନୟାଗଡ଼ ଜଷ୍ଟିସ ଜୁଭେନାଇଲ ବୋର୍ଡ ସଚିତ୍ରଙ୍କୁ ତିନି ବର୍ଷ ଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଏବେ ଜେଲ୍‌ରେ ଅଛନ୍ତି। ସେହିପରି ଫତେଗଡ଼ ଥାନା ଅଧୀନ ଏକ ଗ୍ରାମରେ ନିଜ ଖୁଡ଼ିଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତ ନାବାଳକକୁ ନିଜ ଗ୍ରାମ ମନ୍ଦିରରେ ଏକ ବର୍ଷ ପର୍ଯ୍ୟନ୍ତ ଝାଡ଼ୁ ମାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୮ରେ ଅଭିଯୁକ୍ତ ସୁରେଶ ଦାସ (ଛଦ୍ମନାମ) ପାରିବାରିକ ବିବାଦକୁ ନେଇ ନିଜ ଖୁଡ଼ିଙ୍କୁ ସର୍ବସମ୍ମୁଖରେ ଉଲଗ୍ନ କରି ମାଡ଼ ମାରିଥିଲେ। ଏ ନେଇ ନେଇ ଫତେଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା। ସୁରେଶ ବର୍ତ୍ତମାନ ସାବାଳକ ହୋଇ ଯାଇଥିଲେ ମଧ୍ୟ ଘଟଣା ସମୟରେ ତାଙ୍କ ବୟସକୁ ବିଚାରକୁ ନେଇ ଜୁଭେନାଇଲ ଜଷ୍ଟିସ ବୋର୍ଡ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର