ଜିମ୍‌ରେ ଦେହ ବେପାର : ମାଲିକ ସମେତ ୪ ଯୁବକ ଗିରଫ

ନୟାଗଡ଼ : ଗୁରୁବାର ସନ୍ଧ୍ୟାରେ ନୟାଗଡ଼ ପୁଲିସ କଲେଜ ଛକସ୍ଥିତ ଫିଟ୍‌ନେସ୍‌ ପ୍ଲାନେଟ୍‌ ଜିମ୍‌ରେ ଚଢ଼ାଉ ଘଟଣାର ଆଜି ପର୍ଦ୍ଦାଫାସ୍‌ ହୋଇଛି। ଗତକାଲି ନୟାଗଡ଼ ପୁଲିସ ଅଟକ ରଖିଥିବା ୪ ଯୁବକ ଓ ଯୁବତୀଙ୍କ ଆଜି ଡାକ୍ତରୀ ମାଇନା କରିବା ପରେ ସଂପୃକ୍ତ ଚାରି ଜଣ ଯୁବକଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଛି। ଜିମ୍‌ର ମାଲିକ ନୟାଗଡ଼ ବାସିନ୍ଦା ବି. ଜୀବନ କୁମାର ପାତ୍ର (୨୭)ଙ୍କ ସମେତ ଗୋଦାବରୀ ଶତପଥୀ (୨୬), ସଞ୍ଜିତ ସେନାପତି (୨୦) ଓ ଗଞ୍ଜାମର ସିଦ୍ଧାନ୍ତ ଦାସ (୨୫)ଙ୍କୁ ଗିରଫ କରାଯାଇଥିବା ନୟାଗଡ଼ ଟାଉନ ଥାନା ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଦେହ ବେପାରରେ ସଂପୃକ୍ତ ଥିବା ୪ ଯୁବତୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ନୟାଗଡ଼ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣକ ଘର କଟକର ନରସିଂହପୁର ଓ ଅନ୍ୟ ଜଣଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର