ନୂଆଗାଁରେ ମାତିଛନ୍ତି ଲୁଟେରା:ବ୍ୟାଙ୍କ ଆଗରୁ ୩୮ ହଜାର ଲୁଟିନେଲେ

ନୂଆଗାଁ,: ନୂଆଗାଁ ଥାନା ଅଂଚଳରେ ଲୁଟେରାମାନେ ସକ୍ରୀୟ ହେବାରେ ଲାଗିଛନ୍ତି। ଆଜି ଦିନ ଦ୍ବିପହରରେ ବ୍ୟାଙ୍କ ଆଗରୁ ୩୮ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ, ଆଜି କୋରଡ଼ା ପଞ୍ଚାୟତ ଆଛୁପଡ଼ା ଗ୍ରାମର ହରଷ ନାୟକ ତାଙ୍କ ମାଆଙ୍କୁ ନେଇ ନୂଆଗାଁଠାରେ ଥିବା ଇଣ୍ତିଆନ୍ ଓଭରସିଜ୍ ବ୍ୟାଙ୍କକୁ ଟଙ୍କା ନେବାକୁ ଆସିଥିଲେ। ବ୍ୟାଙ୍କରୁ ୩୮ ହଜାର ଟଙ୍କା ଉଠାଇ ଗାଡ଼ି ଡିକିରେ ରଖି ବ୍ୟାଙ୍କ ଭିତରୁ ମାଆକୁ ଆଣି ଆସିବା ବେଳକୁ ଡିକି ତାଡ଼ି ଲୁଟେରାମାନେ ଟଙ୍କା ନେଇ ଫେରାର୍ ହୋଇ ଯାଇଥିଲେ। ହରଷ ନୂଆଗାଁ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ ଆଗରେ ସିସି କ୍ୟାମେରା ଲାଗିନଥିବାରୁ ଲୁଟେରାମାନଙ୍କୁ ଧରିବାରେ ପୋଲିସ ସଫଳ ହେଉଛି କି ନାହିଁ ତାକୁ ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର