ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଅଟକ

ରଣପୁର : ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଟ୍ୟୁସନ୍‌ ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଥାନାରେ ଅଟକଥିବା ଜଣାଯାଇଛି। ଅଟକ ଶିକ୍ଷକ ହେଉଛନ୍ତି ରଣପୁର ଥାନା ଖତିଆ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଶୋକ କୁମାର ପ୍ରଧାନ। ଏପରିକି ଅଟକ ଶିକ୍ଷକଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା କରାଯାଇଥିବା ଜଣାଯାଇଛି। ତେବେ ଗ୍ରାମବାସୀମାନେ ଶିକ୍ଷକଙ୍କୁ ଅଟକ ରଖିଥିଲେ। ରଣପୁର ଥାନା ପୁଲିସ୍‌ ଖବର ପାଇ ଶିକ୍ଷକଙ୍କୁ ଥାନାକୁ ଆଣି ତଦନ୍ତ ଜାରି ରଖିଛି। ଏ ସଂପର୍କରେ ନାବାଳିକାର ବାପା ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ।

ସମ୍ବନ୍ଧିତ ଖବର