ହୋଟେଲରୁ ମଦ ଜବତ, ୨ ଗିରଫ

ନୂଆଗାଁ: ଗତକାଲି ରାତିରେ ନୟାଗଡ଼ ପୋଲିସ ଅଚାନକ ଚଢ଼ଉ କରି ନୂଆଗାଁର ଦୁଇଟି ହୋଟେଲ୍‌ରୁ ୪୧ ଲିଟର୍‌ ବିଦେଶୀ ମଦ ଜବତ କରିବା ସହିତ ହୋଟେଲ୍‌ ମାଲିକଙ୍କୁ ଗିରିଫ କରିଛି। ଖବରରୁ ପ୍ରକାଶ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ହୋଟେଲ ମାମା ଏବଂ ଜନପଥରେ ମଦ ବିକ୍ରି ହେଉଥିବା, କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ ନୟାଗଡ଼ ଏସ୍‌ଡିପିଓ ରାମଚନ୍ଦ୍ର ସାହୁ ଏବଂ ପୋଲିସ ଦୁଇଟି ହୋଟେଲ୍‌ ଉପରେ ଅଚାନକ ଚଢ଼ଉ କରିଥିଲେ। ମାମା ହୋଟେଲରୁ ୨୯ ଲିଟର ମଦ ଜବତ କରିବା ସହିତ ହୋଟେଲ୍‌ ମାଲିକ ପ୍ରମୋଦ କୁମାର ପ୍ରଧାନକୁ ଗିରଫ କରାଯାଇଛି। ନିକଟରେ ଥିବା ହୋଟେଲ ଜନପଥରେ ପୁଲିସ୍‌ ଚଢ଼ଉ କରି ୧୨ ଲିଟର ବିଦେଶୀ ମଦ ଜବତ କରି ହୋଟେଲ୍‌ ମାଲିକ ପାଣୁ ଚରଣ ସାହୁଙ୍କୁ ଗିରଫ କରିଥିଲା। ଦୁଇ ଜଣକୁ ନୂଆଗାଁ ଥାନାକୁ ହସ୍ତାନ୍ତର କରାଯାଇଛି। ଏ ନେଇ ନୂଆଗାଁ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ସମ୍ବନ୍ଧିତ ଖବର