ଛୋଟ ପିଲାଙ୍କ ବାଟି ଖେଳାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ଚାପୁଡ଼ ମାଡ଼ରେ ବୃଦ୍ଧା ମୃତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଂଚାୟତ ତଳହଂସପାଟ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଛୋଟ ପିଲାଙ୍କ ବାଟି ଖେଳାକୁ କେନ୍ଦ୍ରକରି ପଡ଼ୋଶୀଙ୍କ ଚାପୁଡ଼ ମାଡ଼ରେ ୬୫ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଗାଁ ରାସ୍ତା ଉପରେ ମୃତ ଶରୀର ପଡ଼ିଥିବା ବେଳେ ଆକ୍ର୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଥିଲା।

ସୂଚନାଯୋଗ୍ୟ, ସୋମବାର ଅପରାହ୍ନରେ ଗୋବିନ୍ଦପୁର ପଂଚାୟତ ତଳହଂସପାଟ ଗାଁ ଦାଣ୍ଡରେ ପୁର୍ଣ୍ଣଚନ୍ଦ୍ର ନାୟକ(୫୦)ଙ୍କ ନାବାଳକ ପୁଅ ଅଭିମନ୍ୟୁ ନାୟକ(୧୨) ଏବଂ ଝଡ଼େଶ୍ୱର ନାୟକ (୪୫)ଙ୍କ ନାବାଳକ ପୁଅ ଦୀପୁ ନାୟକ(୧୦) ଦୁହେଁ ବାଟି ଖେଳୁଥିଲେ। ବାଟି ଖେଳକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ମାଡ଼ପିଟି ଲାଗିଥିଲେ। ତେବେ ନିକଟରେ ଥିବା ଅଭିମନ୍ୟୁ ନାୟକଙ୍କ ଜେଜେମା ବୃଦ୍ଧାଲକ୍ଷ୍ମୀ ନାୟକ (୬୫) ଉଭୟଙ୍କୁ ମାଡ଼ପିଟରୁ ନିବୃତ କରାଉଥିଲା ବେଳେ ଦୁହଁଙ୍କୁ ମାଡ଼ପିଟ୍‌ କାହଁକି ଲାଗୁଛ ବୋଲି କହି ଦୁଇଜଣଙ୍କୁ ଦୁଇ ଚାପୁଡା ଦେଇ ବିଦା କରିଦେଇଥିଲେ। ହେଲେ ଝାଡ଼େଶ୍ୱର ନାୟକ ଓରଫ ଝାଡ଼ୁଆ ଉତ୍ତ୍ୟେକ୍ତ ହୋଇ କାହିଁକି ମାରିଲ ବୋଲି କହି ବୃଦ୍ଧାଙ୍କୁ ଖୁବ ଜୋରରେ ଚାପୁଡ଼ା ମାରିଥିବା ବେଳେ ବୃଦ୍ଧାଜଣଙ୍କ ତଳେ ପଡ଼ିଯିବାରୁ ପୁନଶ୍ଚ ମାଡ଼ ମାରିଥିଲେ।

ଶେଷରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତିଡ଼ିଡ଼ି ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଶା କରିଥିଲେ। ଏନେଇ ମୃତା ଲକ୍ଷ୍ମୀ ନାୟକଙ୍କ ସାନ ପୁଅ ସୋନୁ ନାୟକ ତିହିଡ଼ି ଥାନାରେ ତାଙ୍କ ମା’କୁ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛି। ଅଭିଯୋଗ ପାଇବା ପରେ ତିହିଡ଼ି ଥାନା ପୁଲିସ ଶବ ଜବତ କରିଛି।

ସମ୍ବନ୍ଧିତ ଖବର