ପୋଖରୀ ହୁଡାରୁ ନବଜାତ ଶିଶୁ ପୁତ୍ରର ଗଳିତ ଶବ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଜଗନ୍ନାଥପୁର ନିକଟରେ ମଙ୍ଗଳବାର ଏକ ପୋଖରୀ ହୁଡା ନିକଟରୁ ନବଜାତ ଶିଶୁପୁତ୍ରର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହି ଶିଶୁଟି ଯେଉଁ ଭଳି ଅବସ୍ଥାରେ ପଡ଼ି ରହିଥିଲା ସେ ଦୃଶ୍ୟ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ଲୋକମୂଳ ଟାଙ୍କୁରି ଉଠିଥିଲା। ଶିଶୁଟି କିଭଳି ଅବସ୍ଥାରେ ଓ କିଏ ଏହି ସ୍ଥାନରେ ଆଣି ପକାଇଛି ସେନେଇ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରତ୍ୟୁଷରେ ସ୍ଥାନୀୟ ବାସିନ୍ଦା ପୋଖରୀକୁ ଶୌଚ ଓ ସ୍ନାନ ପାଇଁ ଯାଇଥିଲେ। ଏହି ସମୟରେ ପୋଖରୀ ହୁଡାରେ ଏକ ନୀଳ ରଙ୍ଗର ପଲିଥିନ୍‌ ସହିତ ଶିଶୁ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ବାସିନ୍ଦା ବଣେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ନବଜାତ ଶିଶୁ ପୁତ୍ରର ଗଳିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର