କେନ୍ଦ୍ରାପଡ଼ାରେ ପ୍ରଥମ ସମଲିଙ୍ଗୀ ବିବାହର ନୂଆ ମୋଡ, ଥାନାରେ ଅଭିଯୋଗ

କେନ୍ଦ୍ରାପଡ଼ା: ଗତ ଶନିବାର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ପ୍ରଥମ ସମଲିଙ୍ଗୀ ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହକୁ ନେଇ ରବିବାର ନୂଆମୋଡ ଦେଖା ଦେଇଛି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ ଶ୍ରୀରାମପୁର ଗାଁର ଜୈନିକା ଝିଅର ବାପା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଜୈନିକା ଝିଅର ପିତା ଆଣିଥିବା ଏହି ଅଭିଯୋଗକୁ ପଟ୍ଟାମୁଣ୍ଡାଇ ଆଇଆଇସି ସ୍ୱୀକାର ମଧ୍ୟ କରିଛନ୍ତି। ଆଇନଗତ ଦୃଷ୍ଟିକୋଣରୁ ତର୍ଜମା କରାଯାଉଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ଜୈନିକ ଝିଅର ବାପା ଅଭିଯୋଗ ଆଣି କହିଛନ୍ତି, ତାଙ୍କ ଝିଅକୁ ଶିଖାଇ ଏପରି ବାହାଘର କରାଯାଇଛି। ତାଙ୍କ ଝିଅକୁ ଜୋରଜବରଦସ୍ତି କରାଯାଇ ମହାକାଳପଡ଼ା ଚଣ୍ଡିଆପଲ୍ଲୀର ଆଉ ଜଣେ ଝିଅ ସହ ବାହଘର କରାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ଦୁଇ ଯୁବତୀ ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲେ। ପରେ କଟକରେ ଗୋଟିଏ କମ୍ପାନିରେ ଚାକିରି ମଧ୍ୟ କଲେ। ତେବେ ନିକଟରେ ଉଭୟ ସାଥୀ ହୋଇ ରହିବେ ବୋଲି ସ୍ଥିର କରିଥିଲେ । ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ଦୁହେଁ ସେମାନେ ଘରେ ମଧ୍ୟ ଜଣାଇଥିଲେ। ହେଲେ ପରିବାର ଲୋକେ ଏଭଳି ନିଷ୍ପତ୍ତିରେ ରାଜି ନଥିଲେ। ପରିବାରର ବିରୋଧର ସମ୍ମୁଖୀନ ହେବା ପରେ ଉଭୟେ ନୋଟାରୀରେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର